ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ପାକ୍‌ ଗୁପ୍ତଚର ଜ୍ୟୋତି ଲିଙ୍କ୍‌ରେ ପୁରୀ ଯୁବତୀ

0

ଭୁବନେଶ୍ବର: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରିବା ଅଭିଯୋଗରେ ହରିୟାଣା ପୁଲିସ ମହିଳା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଶନିବାର ହିସାରରୁ ଗିରଫ କରିଥିଲା। ଜ୍ୟୋତି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲେ। ସେ ବିଭିନ୍ନ ସମୟରେ ପାକିସ୍ତାନ ଗସ୍ତ କରିଥିବାବେଳେ ୨୦୨୪ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ। ଏହା ଜଣାପଡ଼ିବା ପରେ ଗୁଇନ୍ଦା ବ୍ୟୁରୋ(ଆଇବି) ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ଜ୍ୟୋତିଙ୍କ ସହିତ ପୁରୀର ଜଣେ ଯୁବତୀ ସମ୍ପର୍କରେ ଥିବା ଜଣାପଡ଼ିବା ପରେ ତାଙ୍କୁ ଜେରା କରାଯାଉଛି।

ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ। ପୁରୀ ବେଳାଭୂମି ବୁଲିବା ସହ ସେଠାରେ ବି ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି। ଯାହାର ଭିଡିଓ ଓ ଫଟୋକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଜ୍ୟୋତି ପୋଲିସ ଦ୍ବାରା ଗିରଫ ହେବା ପରେ ତାଙ୍କ ପୁରୀ ଆସିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଉଭୟ କେନ୍ଦ୍ର ଓ ରାଜ୍ୟ ଗୁଇନ୍ଦା ବିଭାଗ ଏହାର ଖୋଳତାଡ଼ ଆରମ୍ଭ କରିଛି।

ବଡ଼କଥା ହେଉଛି, ପୁରୀ କାଳିକାଦେବୀ ସାହିର ଜଣେ ଯୁବତୀ ଜ୍ୟୋତିଙ୍କ ସଂପର୍କରେ ଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଘନିଷ୍ଠ ବନ୍ଧୁତା ଥିଲା। ଗତ ଜାନୁଆରୀରେ ଦୁଇଜଣ ସାଙ୍ଗ ହୋଇ ପାକିସ୍ତାନର କର୍ତ୍ତାରପୁର କରିଡର୍‌ ଯାଇଥିଲେ। ଯାହାର ଫଟୋ ଯୁବତୀ ନିଜ ସୋସିଆଲ୍‌ ଆଇଡିରେ ଛାଡ଼ିଛନ୍ତି। ଏଣୁ ଯୁବତୀଙ୍କୁ ରାଜ୍ୟ ଗୁଇନ୍ଦା ଓ ଜିଲ୍ଲା ପୋଲିସ ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଆଗକୁ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ପ୍ରତିବର୍ଷ ଭଳି ଚଳିତବର୍ଷ ବି ୧୦ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ଗୁଇନ୍ଦାଗିରି ପାଇଁ ଜ୍ୟୋତିଙ୍କ ଗିରଫ ପୋଲିସର ମୁଣ୍ଡବଥା ବଢ଼ାଇ ଦେଇଛି। ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତି। ଗତକାଲି ଜ୍ୟୋତି ସମେତ ୭ ଜଣଙ୍କୁ ଗିରଫ କରିଛି ପୋଲିସ।

ପୁରୀ ଯୁବତୀ ଜଣକ ମଧ୍ୟ ଜଣେ ୟୁଟ୍ୟୁବର ବୋଲି ଜଣାପଡ଼ିଛି। ତେବେ ଯୁବତୀ ଜଣକ ଜ୍ୟୋତିଙ୍କର କେବଳ ଜଣେ ବନ୍ଧୁ ବୋଲି କହିଥିବା ସୂଚନା ମିଳିଛି। ପୁରୀ ଯୁବତୀ ସ୍ପଷ୍ଟ କରିଛନ୍ତି ଯେ, ୟୁଟ୍ୟୁବ ଜରିଆରେ ସେ ଜ୍ୟୋତିଙ୍କ ସହ ପରିିଚିତ ହୋଇଥିଲେ। ଜ୍ୟୋତି ଶତ୍ରୁ ଦେଶର ଗୁପ୍ତଚର ବୋଲି ସେ ଜାଣି ନ ଥିଲେ। ଏ ବିଷୟରେ ସେ ଜାଣିଥିଲେ ତାଙ୍କ ସହ କେବେ ବି ସମ୍ପର୍କରେ ଆସି ନ ଥାଆନ୍ତେ। ଆବଶ୍ୟକ ପଡ଼ିଲେ ମାମଲାର ତଦନ୍ତରେ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଛନ୍ତି।

ପାକ୍‌ ଗୁପ୍ତଚର ଜ୍ୟୋତି ମାଲହୋତ୍ରାଙ୍କ ସହିତ ସମ୍ପର୍କ ରଖି ଅଡୁଆରେ ପଡ଼ିଛନ୍ତି ପୁରୀର ୟୁଟ୍ୟୁବର ପ୍ରିୟଙ୍କା ସେନାପତି। ଉଭୟଙ୍କ ଲିଙ୍କ୍‌ ଥିବା ସାମ୍ନାକୁ ଆସିବା ପରେ ଗୁଇନ୍ଦା ଅଧିକାରୀ ଏବଂ ପୁଲିସ ପ୍ରିୟଙ୍କାଙ୍କୁ ଶନିବାର ଜେରା କରିଛି। ମାମଲାର ତଦନ୍ତ ଚାଲିଥିବାରୁ ପ୍ରିୟଙ୍କାଙ୍କୁ ପୁରୀ ଛାଡ଼ି ନ ଯିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯାଇଛି। ହରିୟାଣା ପୁଲିସ ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଏସପି ଭିନିତ ଅଗ୍ରଓ୍ବାଲ ମଧ୍ୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ପ୍ରିୟଙ୍କାଙ୍କ ବଡ଼ବାପା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଗ ଦେଶ, ଝିଅ ପଛ। ଆମ ଝିଅ ଉପରେ ପୂରା ବିଶ୍ଵାସ ରହିଛି। ସେ ସେଭଳି ଝିଅ ନୁହେଁ। ତଥାପି ଯଦି ସେ ଭୁଲ କରିଥିବ କାର୍ଯ୍ୟାନୁଷ୍ଠାନ ହେଉ।

Leave A Reply

Your email address will not be published.