ପ୍ରମୁଖ ଖବର

ଓଡ଼ିଶାରେ ମତଦାତା ଯାଞ୍ଚ ଅଭିଯାନ ଶେଷ ପର୍ଯ୍ୟାୟରେ
ଫ୍ରାନ୍ସରେ ‘ଭାରତ ଇନୋଭେଟ୍ସ ୨୦୨୬’, ବିଶ୍ୱ ମଞ୍ଚରେ ଭାରତୀୟ ଷ୍ଟାର୍ଟଅପ୍
ଡ୍ରୋନ୍‌ରେ ଚିଠି ଓ ପାର୍ସଲ୍ ପରିବହନ: ୨ ଘଣ୍ଟାର କାମ ୭ ମିନିଟ୍‌ରେ
ଝାଡ଼ଖଣ୍ଡର ବନ୍ଦ କୋଇଲା ଖଣିରେ ବିଷାକ୍ତ ଗ୍ୟାସ ଲିକ୍; ୪ ଜଣଙ୍କ ମୃତ୍ୟୁ
ବୁର୍ଲାରେ ଏମସିଏଲ୍ ମହିଳା କର୍ମଚାରୀଙ୍କ ମୃତଦେହ ଉଦ୍ଧାର; ଆତ୍ମହତ୍ୟା ସନ୍ଦେହ
୨୦ରେ ରାଇରଙ୍ଗପୁର ଆସିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଧୀରଜ ସେଠ୍‌ ହେବେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ
ଆସାମର ଜୋରହାଟରେ IAF AN-32 ବିମାନ ଦୁର୍ଘଟଣା; ୫ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ
ଜାମିନ୍ ଖାରଜ ପରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ବଦଳିବ ୬୪ ସ୍ଥାନର ଇଂରାଜୀ ନାମ; ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଉଦ୍ଧାର

0

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି। ଗୁରୁବାର ଗୁଜୁରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା। ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଦୁର୍ଘଟଣା ସମୟରେ ବିମାନରେ ପ୍ରାୟ ୨୪୨ ଜଣ ଲୋକ ଥିଲେ। ଆଉ ଏଥି ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ଜଣଙ୍କର ହିଁ ଜୀବନ ବଞ୍ଚିଯାଇଛି। ଏତେ ବଡ଼ ଦୁର୍ଘଟଣାରୁ ମାତ୍ର ଜଣେ ଯାତ୍ରୀ ହିଁ ଜୀବିତ ରହିଛନ୍ତି।

ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ୨୪୨ ଯାତ୍ରୀ ଏବଂ କ୍ରିଉ ସଦସ୍ୟଙ୍କ ମଧ୍ୟରୁ ୨୦୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ହେଲେ ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେହି ଯାତ୍ରୀଙ୍କ ନାମ ବିଶ୍ଵାସ କୁମାର ଏବଂ ତାଙ୍କ ବୟସ ୩୮ ବର୍ଷ। ସେ ବିମାନରେ ୧୧-ଏ ଆସନରେ ବସି ଯାତ୍ରା କରୁଥିଲେ।

ତେବେ ସେହି ବ୍ୟକ୍ତି ଜଣଙ୍କୁ ଯେଉଁ ସମୟରେ ହସ୍ପିଟାଲ ଯାଉଥିଲେ ସେହି ସମୟର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି। ଏମିତି କି ଭିଡିଓରେ ସେ କିପରି ଏହି ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତିଲେ ସେ କଥା ମଧ୍ୟ କହୁଥିବାର ଦେଖିବାକୁ ମିଳୁଛି। ତେବେ ହସ୍ପିଟାଲରେ ବର୍ତ୍ତମାନ ରମେଶଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.