ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଡାଇରିଆ ପରେ ଏବେ ଅଣାୟତ୍ତ ଜଣ୍ଡିସ୍‌

0

ମୟୂରଭଞ୍ଜ: ଡାଇରିଆ ପରେ ଏବେ ଡରାଉଛି ଜଣ୍ଡିସ୍। ଦୁଇ ଗାଁରେ ୪୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକରେ ବ୍ୟାପୁଛି ଜଣ୍ଡିସ୍। ୧୫ ଦିନ ଭିତରେ ୧୯ ଜଣ ଆକ୍ରାନ୍ତ ହେଲେଣି। ଗୋପବନ୍ଧୁନଗର ବ୍ଲକର ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପିବାରେ ଲାଗିଛି ଜଣ୍ଡିସ୍। ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି। ଏହି ଦୁଇ ଗାଁରୁ ୪୦ରୁ ଅଧିକ ରୋଗୀ ଚିହ୍ନଟ ହେଲେଣି।

ଗତ ସପ୍ତାହରେ ଆକ୍ରାନ୍ତ ହୋଇଥିବା ୧୯ ରୋଗୀଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ଚଳିତ ସପ୍ତାହରେ ଦୁଇ ଗ୍ରାମରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣ୍ଡିସ୍‌ ନିୟନ୍ତ୍ରଣ ବାହାରକୁ ଯାଉଥିବାର ଦେଖି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୂଷିତ ପାଣି ପିଇ ରୋଗ ବ୍ୟାପୁଥିବାରୁ ପ୍ରଦୂଷିତ ଜଳଉତ୍ସକୁ ବ୍ୟବହାର ନକରିବା ଓ ପାଣିକୁ ଫୁଟାଇ ପିଇବାକୁ ସଚେତନ କରାଯାଇଛି।

ଦୁଇ ଗାଁ ର ଲୋକଙ୍କୁ ଜଣ୍ଡିସ୍‌ ରୋଗର କାରଣ ଓ ନିରାକରଣ ବିଷୟରେ ସଚେତନ କରାଯିବା ସହ ଆକ୍ରାନ୍ତଙ୍କୁ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଉଛି। ସରପଞ୍ଚ ସଞ୍ଜୟ କୁମାର ସିଂ କହିଛନ୍ତି ରୋଗ ବ୍ୟାପୁଥିବା ଦୁଇ ଗାଁରେ ଏବେ ପ୍ରତିଦିନ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଏଥିସହ ଜରୁରିକାଳୀନ ଭିତ୍ତିରେ ଦୁଇଟି ନଳକୂପ ଖୋଳା ଚାଲିଛି। ପାନୀୟ ଜଳ ଓ ଡ୍ରେନେଜ୍‌ ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ବ ଦେବା ସହ ବ୍ୟାପକ ଜନସଚେତନତା କରାଇବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.