ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଜୈବିକ ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ

0

ପୁରୀ: ଚଳିତବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ କୋଠଭୋଗ ପ୍ରସ୍ତୁତ ନେଇ ଶ୍ରୀମନ୍ଦିର ପ୍ରଶାସନ ବଡ଼ ପଦକ୍ଷେପ ନେଇଛନ୍ତି। ଚଳିତବର୍ଷ ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବା ନେଇ ନିଷ୍ପତ୍ତି ହୋଇଛି। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାସେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ କୋରାପୁଟରୁ ୫ ପ୍ରକାର ଜୈବିକ ଚାଉଳ ପୁରୀ ଆସିଥିବା ସୁଆର ମହାସୁଆର ନିଯୋଗ ସମ୍ପାଦକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜୈବିକ ଚାଉଳରେ ପ୍ରସ୍ତୁତ ଭୋଗର କୌଣସି ଦାମ ଅଧିକ ରହିବ ନାହିଁ। ଏପରିକି ପରବର୍ତ୍ତୀ ସମୟରେ ନୀଳାଚଳ ଭୋଗ ପାଇଁ ଏହି ଚାଉଳ ବ୍ୟବହାର ହେବ ବୋଲି ସୂଚନା ମିଳିଛି।

ଚଳିତ ବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଅମୃତ ଅନ୍ନ (ଜୈବିକ ଚାଉଳ) ଲାଗି ହେବାନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କୋଠଭୋଗରେ ଜୈବିକ ଚାଉଳ ଲାଗିହେବା ନେଇ ନିଷ୍ପତ୍ତି ହୋଇଛି।

Leave A Reply

Your email address will not be published.