ପ୍ରମୁଖ ଖବର

ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ହେଲେ ଗୋଲ୍ଡେନ ବୟ ନୀରଜ ଚୋପ୍ରା
ବେଙ୍ଗାଲୁରୁରେ ଭଡ଼ାଘରୁ ଓଡ଼ିଆ ଦମ୍ପତିଙ୍କ ମୃତଦେହ ଉଦ୍ଧାର
ୟୁନିଟ୍‌-୧ ପରିବା ମାର୍କେଟ୍‌ରେ ନିଆଁ
ପୋଲିସ ଏସଆଇ ନିଯୁକ୍ତି ସ୍କାମ; ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର
ହୃଦଘାତରେ ଗାୟକ ଋଷଭ ଟଣ୍ଡନଙ୍କ ପରଲୋକ
ସୋର ସବ୍ ଜେଲରୁ କଏଦୀ ଫେରାର ଘଟଣାରେ ଦୁଇ ଜେଲ ୱାର୍ଡର ନିଲମ୍ବିତ
ପୀତବାସ ପଣ୍ଡା ହତ୍ୟା ମାମଲା: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ ଗିରଫ

ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ

0

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି। ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା ବେଳେ ସେଥିମଧ୍ୟରୁ ମୋଟ ୩୧ଟି ନମୁନାରେ ପଜିଟିଭ ବାହାରିଥିବା ସୂଚନା ମିଳିଛି।

ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଯାଜପୁରରେ ଡାଇରିଆ ସ୍ଥିତିରେ ଏକପ୍ରକାର ସୁଧାର ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ଫୁଟାପାଣି ପିଇବା, ହାତ ଧୋଇ ଖାଦ୍ୟ ଖାଇବା, ପରିବେଶକୁ ସ୍ବଚ୍ଛ ଓ ସଫାସୁତର ରଖିବା, ବାସିଖାଦ୍ୟ ଖାଇବା ନାହିଁ। ଏସବୁ କଥାକୁ ମାନି ଚଳିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଆଗକୁ ଏହାକୁ କିପରି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା କହିଛନ୍ତି ଯାଜପୁର ସିଡିଏମଓ ଡା. ବିଜୟ କୁମାର ମିଶ୍ର।

Leave A Reply

Your email address will not be published.