ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ଯାଜପୁରରେ ଆଉ ୪ କଲେରା ରୋଗୀ ଚିହ୍ନଟ

0

ଯାଜପୁର: ଯାଜପୁର ଜିଲ୍ଲାରେ ଆଉ ୪ ଜଣ କଲେରା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ କଲେରା ପଜିଟିଭ ସଂଖ୍ୟା ଏବେ ୩୧କୁ ବୃଦ୍ଧି ଘଟିଛି। ସୂଚନା ଯୋଗ୍ୟଯେ, ଆକ୍ରାନ୍ତ ରୋଗୀଙ୍କର ମୋଟ ୨୦୮ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ତନ୍ମଧ୍ୟରୁ ୧୨୯ଟି ନମୁନାର ପରୀକ୍ଷା ରିପୋର୍ଟ ମିଳିଥିବା ବେଳେ ସେଥିମଧ୍ୟରୁ ମୋଟ ୩୧ଟି ନମୁନାରେ ପଜିଟିଭ ବାହାରିଥିବା ସୂଚନା ମିଳିଛି।

ଜିଲ୍ଲାରେ ଆଜି ସୁଦ୍ଧା ୧୫୪ଜଣ ସଂକ୍ରମିତ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ତେବେ ଯାଜପୁରରେ ଡାଇରିଆ ସ୍ଥିତିରେ ଏକପ୍ରକାର ସୁଧାର ଆସିଛି। ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ଲୋକଙ୍କୁ ଅଧିକ ସଚେତନ ଏବଂ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।
ଫୁଟାପାଣି ପିଇବା, ହାତ ଧୋଇ ଖାଦ୍ୟ ଖାଇବା, ପରିବେଶକୁ ସ୍ବଚ୍ଛ ଓ ସଫାସୁତର ରଖିବା, ବାସିଖାଦ୍ୟ ଖାଇବା ନାହିଁ। ଏସବୁ କଥାକୁ ମାନି ଚଳିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଆଗକୁ ଏହାକୁ କିପରି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ଜିଲ୍ଲାପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା କହିଛନ୍ତି ଯାଜପୁର ସିଡିଏମଓ ଡା. ବିଜୟ କୁମାର ମିଶ୍ର।

Leave A Reply

Your email address will not be published.