ପ୍ରମୁଖ ଖବର

ଫିଲିପାଇନ୍ସରେ ମିସେସ୍ ୟୁନିଭର୍ସ ଗ୍ଲୋବାଲ ବିଜେତା ହେଲେ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ମାନସିକ ରୋଗ ବିଶେଷଜ୍ଞ
ଦିଲ୍ଲୀରେ ଏନକାଉଣ୍ଟର: ୪ଗ୍ୟାଙ୍ଗଷ୍ଟାର ନିହତ
ଇଣ୍ଡି ମେଣ୍ଟରେ ହେଲା ବୁଝାମଣା, ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ପୀତବାସ ପଣ୍ଡା ହତ୍ୟା ମାମଲା, ଆଉ ଜଣେ ଅଭିଯୁକ୍ତ ଗିରଫ
ଭୁବନେଶ୍ୱରରେ ହେବ ଆଇଆରସି ଅଧିବେଶନ: ଯୋଗଦେବେ ନୀତିନ ଗଡକରୀ

ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ

0

ଯାଜପୁର: ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ। ଡାଇରିଆ ସ୍ଥିତିକୁ ନଜରରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ଛୁଟି ଘୋଷଣାକୁ ୫ ଦିନ ପାଇଁ ବୃଦ୍ଧି କରାଯାଇଥିଲା। ୨୪ ଯାଏଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିଲା।

ତେବେ ସ୍କୁଲ ଖୋଲିବା ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସ୍କୁଲଗୁଡ଼ିକୁ ସଫେଇ କରାଯିବା ସହ ଜଳ ବିଶୋଧନ ପରେ ସ୍କୁଲ ଗୁଡିକ ଆଜି ଖୋଲୁଛି। ଜିଲ୍ଲା ଶିକ୍ଷାଧିକରୀ ପ୍ରତି ବ୍ଲକ ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗରେ ରହି ସ୍କୁଲ ଜଳ ବିଶୋଧନକୁ ଗୁରୁତ୍ୱ ଦେଇଛନ୍ତି। ସମୟରେ ଜିଲ୍ଲାପାଳ ମଧ୍ୟ ଏହାକୁ ମନିଟରିଙ୍ଗ୍‌ କରିଛନ୍ତି। ତେବେ ଶିକ୍ଷକମାନେ ସ୍କୁଲ ଆସୁଥିବା ବେଳେ କେବଳ ପିଲାମାନଙ୍କ ପାଇଁ ଛୁଟି ଅବଧି ବୃଦ୍ଧି କରିଥିଲେ ଜିଲ୍ଲାପାଳ।

Leave A Reply

Your email address will not be published.