ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ

0

ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି। ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି। ସେ ପ୍ରଥମେ ଓଡ଼ିଆ ସିନେମା ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ। ସିନେମାର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଥିଲା ସିନେମା ଟି।

ଏହା ପରେ ୧୯୯୪ ମସିହାରେ ପ୍ରଖ୍ୟାତ ପ୍ରଯୋଜକ ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରସିଦ୍ଧ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଲକ୍ଷେ ଶିବ ପୂଜି ପାଇଚି ପୁଅ’ ସିନେମାରେ ଅଭିନୟ କରି ଅଭିନେତା, ନିର୍ମାତା ତଥା ନିର୍ଦ୍ଦେଶକ ନାରାୟଣ ପତି ବେଶ ପ୍ରଂଶସା ସାଉଁଟି ଚର୍ଚ୍ଚାକୁ ଆସିଥିଲେ।
ନାରାୟଣ ପତି ଏକ ଓଡ଼ିଆ ସିନେମାର ବି ନିର୍ଦ୍ଦେଶନା ଦେଇଛନ୍ତି, ତାହା ହେଲା ‘ବୋଉର ହାତବାକ୍ସ’। ଓଡ଼ିଆ ଘରର କାହାଣୀ, ଚଳଣି ଓ ପରମ୍ପରାକୁ ନେଇ ପାରିବାରିକ ଚଳଚ୍ଚିତ୍ରଟିଏ ଥିଲା ‘ବୋଉର ହାତବାକ୍ସ। ସଂଜୟ ଦାସଙ୍କ ନିବେଦିତ ତଥା ଚାଇରୋସନା ଫିଲ୍ମସ୍ ପ୍ରଡକ୍ସନ୍ ବ୍ୟାନର୍ରେ ନିର୍ମିତ ଆରତୀ ପାଟ୍ଟଯୋଶୀ ଏହାର କାହାଣୀ ଲେଖିଥିବା ବେଳେ ନାରାୟଣ ପତି ନିଜେ ଚିତ୍ରନାଟ୍ୟ ରଚନା ସାଙ୍ଗକୁ, ନିର୍ଦ୍ଦେଶନା ଦେବା ସହ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ବି ଅଭିନୟ କରିଥିଲେ।

ଆଗକୁ ବ୍ୟାସକବି ଫକୀରମୋହନ ସେନାପତିଙ୍କ କାଳଜୟୀ ସାହିତ୍ୟକୃତି ‘ଡାକମୁନସୀ’ ଉପରେ ଏକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ସେ ଯୋଜନା କରିଥିଲେ। ଏନେଇ ସିନେମାର କଳାକାର ଚୟନ ଚାଲିଥିବା ବେଳେ ନାରାୟଣ ପତିଙ୍କର ପରଲୋକ ଘଟିଛି। ତାଙ୍କ ବିୟୋଗରେ ସମଗ୍ର ଓଡିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିବାକୁ ତାଙ୍କ ବାସଭବନରେ ବହୁ ସିନେ ତାରକାଙ୍କ ଭିଡ ଲାଗିଛି।

Leave A Reply

Your email address will not be published.