ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା

0

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଠାରୁ ଅର୍ଥାତ୍ ୨୦୨୬ ମସିହା ଠାରୁ ସିବିଏସଇ ବର୍ଷକୁ ଦୁଇଥର ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଆୟୋଜିତ କରିବ। ତେବେ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାର ପ୍ରଥମ ପର୍ଯ୍ୟାୟରେ ଉପସ୍ଥିତ ରହିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ ରହିବ। କାରଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ। ଏହାଦ୍ବାରା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସେମାନଙ୍କର ପ୍ରଦର୍ଶନୀକୁ ଉନ୍ନତ କରିପାରିବେ। ଯଦି କେହି ଛାତ୍ରଛାତ୍ରୀ ପ୍ରଥମ ପର୍ଯ୍ୟାୟରେ କମ୍ ନମ୍ବର ରଖିଥିବେ ତାହେଲେ ସେ ଦ୍ୱିତୀୟ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ପାଇଁ ସୁଯୋଗ ପାଇପାରିବେ। ତେବେ ଏହି ପରିବର୍ତ୍ତନ ପାଇଁ ନୂତନ ଜାତୀୟ ଶିକ୍ଷା ନୀତି (NEP) ରେ ସୁପାରିଶ କରାଯାଇଛି।

ସିବିଏସଇ ପରୀକ୍ଷା ନିୟନ୍ତ୍ରକ ସଂୟମ୍ ଭରଦ୍ୱାଜ କହିଛନ୍ତି, “ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମେରେ ଅନୁଷ୍ଠିତ ହେବ। ସେହିପରି ଭାବରେ ଉଭୟ ପର୍ଯ୍ୟାୟର ଫଳାଫଳ ଯଥାକ୍ରମେ ଏପ୍ରିଲ ଏବଂ ଜୁନ୍ ମାସରେ ଘୋଷଣା କରାଯିବ। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ ଯେତେବେଳେ ଦ୍ୱିତୀୟ ପର୍ଯ୍ୟାୟ ଇଚ୍ଛାଧୀନ ହେବ। ତେବେ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଏବଂ ସେମାନେ ଚୟନ କରିଥିବା ବିଷୟ ମଧ୍ୟରୁ ଯେକୌଣସି ତିନୋଟି ବିଷୟରେ ପୁନର୍ବାର ପରୀକ୍ଷା ଦେଇ ସେମାନଙ୍କର ପ୍ରଦର୍ଶନ ଉନ୍ନତ କରିବାକୁ ଅନୁମତି ଦିଆଯିବ।”

ତେବେ ଶୀତକାଳୀନ ଅଧିବେଶନରେ ଅଂଶଗ୍ରହଣ କରୁଥିବା ବିଦ୍ୟାଳୟଗୁଡ଼ିକର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯେକୌଣସି ପର୍ଯ୍ୟାୟରେ ବୋର୍ଡ ପରୀକ୍ଷା ଦେବାର ବିକଳ୍ପ ପାଇବେ। ସିବିଏସଇ ଗତ ଫେବୃଆରୀରେ ଏହି ଡ୍ରାଫ୍ଟ ନିୟମ ଘୋଷଣା କରିଥିଲା। ପରେ ଅଂଶୀଦାରମାନଙ୍କର ମତାମତ ପାଇଁ ଏହାକୁ ସାର୍ବଜନୀନ ଡୋମେନରେ ରଖାଯାଇଥିଲା। ପରେ ସମସ୍ତଙ୍କ ସହମତି କ୍ରମେ ଏହାକୁ ମଞ୍ଜୁରୀ ଦିଆଯାଇଥିଲା।

Leave A Reply

Your email address will not be published.