ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୋଲିସ ଗୁଳିରେ ଟଳିଲେ ଦୁଇ ମହିଳା ମାଓବାଦୀ

0

ମାଲକାନଗିରି: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାର ଅଭୁଝମାଡ଼ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁରୁବାର ଗୁଳିବିନିମୟ ହୋଇଛି। ଫଳରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମହିଳା ମାଓବାଦୀ ନିହତ ହୋଇଛନ୍ତି।
ମାଓ କ୍ୟାଡରଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଅବୁଝମାଡ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ନାରାୟଣପୁର ଏବଂ କୋଣ୍ଡାଗାଁଓ ଜିଲ୍ଲା ରିଜର୍ଭ ଗାର୍ଡ ଓ ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)ଙ୍କ ଦ୍ୱାରା ମିଳିତ ଅପରେସନ କରାଯାଇଥିଲା। ଉଭୟ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଏକ ଇନସାସ ରାଇଫଲ ସହ ୩୧୫ ବୋର ରାଇଫଲ ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ସୂଚନା ମୁତାବକ, ଗତ ୨୦ ତାରିଖରେ କାଙ୍କେର ଛୋଟେବେଟିୟା ଥାନା ଅନ୍ତର୍ଗତ ଜଙ୍ଗଲରେ ଜିଲ୍ଲା ରିଜର୍ଭ ଗାର୍ଡ ଓ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନରେ ଦୁଇ ଜଣ ମାଓବାଦୀ ନିପାତ ହୋଇଥିଲେ। ୨୦୨୪ ଜାନୁଆରୀ ମାସ ପରଠାରୁ ପୃଥକ ଏନକାଉଣ୍ଟରରେ ୪୦୦ ଜଣ ମାଓବାଦୀ ନିପାତ ହେଲେଣି। ଗତ ଜାନୁୟାରୀ ମାସରୁ କେବଳ ବସ୍ତର ଅଞ୍ଚଳରେ ୨୧୩ ଜଣ ମାଓବାଦୀ ଏନକାଉଣ୍ଟରରେ ନିପାତ ହୋଇଛନ୍ତି। ଏନକାଉଣ୍ଟରରେ ନିପାତ ହୋଇଥିବା ମାଓବାଦୀଙ୍କ ମଧ୍ୟରୁ ସବୁଠୁ ହାର୍ଡକୋର ମାଓବାଦୀ ହେଉଛନ୍ତି ସିପିଆଇ ସାଧାରଣ ସମ୍ପାଦକ ବାସବରାଜୁ, ଯାହାକୁ ମେ ୨୧ ତାରିଖରେ ନାରାୟଣପୁର ଜିଲ୍ଲାରେ ନିପାତ କରାଯାଇଥିଲା।

Leave A Reply

Your email address will not be published.