ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ତିନି ଭଉଣୀଙ୍କ ଉପରେ ଚଢ଼ିଗଲା ଆମ ବସ୍

0

ପିପିଲି: ଅଧା ରହିଗଲା ଜଗା ଦର୍ଶନ। ପୁରୀ ଜିଲା ପିପିଲି ନିକଟରେ ଶନିବାର ଏକ ମମନ୍ତୁଦ ଦୁର୍ଘଟଣା ଘଟିଛି। ଆମ ବସ୍ ଧକ୍କାରେ ଚାଲି ଯାଇଛି ତିନି ଭଉଣୀଙ୍କ ଜୀବନ । ପିପିଲି ଓଭର ବ୍ରିଜ୍ ନିକଟରେ ଏହି ଦୁର୍ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଏକ ସ୍କୁଟିରେ ଭୁବନେଶ୍ବରରୁ ୩ଜଣ ଯୁବତୀ ପୁରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଯାଉଥିଲେ। ହେଲେ ପିପିଲି ତରାକାଜ ନିକଟରେ ଅନ୍ୟ ଏକ ସ୍କୁଟି ସାଇଡ୍‌ ମାରିବାରୁ ସ୍କୁଟିରେ ଥିବା ୩ଜଣ ଯୁବତୀ ତଳେ ପଡି ଯାଇଥିଲେ।

ସେତିକିବେଳେ ଆମ ବସ୍‌ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ୩ଜଣ ଯୁବତୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.