ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ପୁରୀରେ ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ

0

ପୁରୀ: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ତୃତୀୟ ଦିନରେ ଏକ ବଡ ଧରଣର ଅଘଟଣ ଘଟିଛି ।ଠେଲାପେଲାରେ ଦଳାଚକଟା କାରଣରୁ ୩ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା। ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଠେଲାପେଲା ହୋଇ ଏଭଳି ଅଘଟଣ ଘଟିଥିବା ଜଣାପଡିଛି।
ଅଧିକ ଭକ୍ତଙ୍କ ଉପସ୍ଥିତିରୁ ଠେଲାପେଲା ପରସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ। ଭୋର ୪.୨୦ରେ ଏଭଳି ହୋଇଥିବା ସୂଚନା ମିଳିଛି। ଚାରକାଠ ବୋଝେଇ ଟ୍ରକ ଭକ୍ତଙ୍କ ଭିଡ ମଧ୍ୟରେ ପଶିବା କାରଣରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୫୦ ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।

ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ଭିଡ ନିୟନ୍ତ୍ରଣ ପାଇଁ ଘଟଣା ସ୍ଥଳରେ ପୋଲିସ କର୍ମୀ ଉପସ୍ଥିତ ନ ଥିବା ପ୍ରକାଶ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ। ପୂର୍ବରୁ ଭିଡ ନିୟନ୍ତ୍ରଣକୁ ନେଇ ସରକାର ଓ ପୋଲିସ ଉପରକୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାହାକୁ ନେଇ ପୋଲିସ ଓ ଜିଲା ପ୍ରଶାସନର ବ୍ୟବସ୍ଥାକୁ ସାଧାରଣରେ ଦାୟୀ କରାଯାଇଛି। ଆହତମାନେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିବାବେଳେ ମୃତକଙ୍କ ବ୍ୟବଚ୍ଚେଦ କରାଯାଇଛି । ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥାରୁଢ଼ ଶ୍ରୀ ବିଗ୍ରହଙ୍କୁ ଭକ୍ତଙ୍କ ଦର୍ଶନ ସମୟରେ ହଠାତ ଠେଲାପେଲା ପରିସ୍ଥିତି ସୃଷ୍ଟି କାରଣରୁ ଭକ୍ତ ତଳେ ପଡ଼ି ଆହତ ହେବା ସହ ୩ ଜଣ ଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.