ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

0

ନୂଆଦିଲ୍ଲୀ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଜୁଲାଇ ୧୪ରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୧୪ରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତା ପରଦିନ ୧୫ ତାରିଖରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ରେଭେନ୍ସା ବାଳିକା ଉଚ୍ଚ ବିଦ୍ୟାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ। ଏଥିସହିତ ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ ପରେ କଟକରେ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ। ୧୪, ୧୫ କାର୍ଯ୍ୟକ୍ରମ ପରେ ସେ ପୁଣି ସେଇଦିନ ଦିଲ୍ଲୀ ଫେରିପାରନ୍ତି।

Leave A Reply

Your email address will not be published.