ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

0

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୋଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୋଲିସ ପାଇଁ ଗୌରବ ଆଣିଛନ୍ତି।

ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ଉଭୟଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ଉଭୟ ଅଶୋକ ଓ ସୁସ୍ମିତା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶାର ପୋଲିସର ସୁନାମ ବଢ଼ାଇଛନ୍ତି।
ଉଲ୍ଲେଖଯୋଗ୍ୟ, ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡା ପ୍ରତି ଦୁଇ ବର୍ଷରେ ଅନୁଷ୍ଠିତ ହୋଇଥାଏ। ଯେଉଁଥିରେ ପୋଲିସ, ଅଗ୍ନିଶମ ଏବଂ ବିଶ୍ୱର ଅନ୍ୟାନ୍ୟ ସାର୍ବଜନୀନ ସୁରକ୍ଷା ସଂସ୍ଥାର ହଜାର ହଜାର ଖେଳାଳି ଅଂଶଗ୍ରହଣ କରିଥାନ୍ତି।

ଅଶୋକ ଓ ସୁସ୍ମିତାଙ୍କ ବିଜୟ ଓଡ଼ିଶା ପୋଲିସର କ୍ରୀଡା ଉତ୍କର୍ଷତା, ଦୃଢ଼ତା ଏବଂ ଶୃଙ୍ଖଳାର ପ୍ରମାଣ। ଉଭୟଙ୍କ ପଦକ ବିଜୟ ଓଡିଶା ପୋଲିସ ବାହିନୀକୁ ଗୌରବାନ୍ୱିତ କରିବା ସହ କର୍ତ୍ତବ୍ୟ ଏବଂ କ୍ରୀଡ଼ା ଉଭୟରେ ଉତ୍କର୍ଷତା ହାସଲ କରିବାକୁ ଅନ୍ୟ କ୍ରୀଡ଼ାବିତ ଓ ଅଧିକାରୀମାନଙ୍କୁ ପ୍ରେରଣା ଯୋଗାଉଛି।

Leave A Reply

Your email address will not be published.