ପ୍ରମୁଖ ଖବର

ସରକାରୀ ବାସଭବନ ନ ଛାଡିବା ନେଇ ସ୍ପଷ୍ଟିକରଣ ରଖିଲେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ
ପ୍ରବଳ ବର୍ଷା ଯୋଗୁଁ ବନ୍ଦ ହେଲା କେଦାରନାଥ ଯାତ୍ରା
ହସ୍ପିଟାଲରୁ ଡିସଚାର୍ଜ ହେଲେ ନବୀନ ପଟ୍ଟନାୟକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ମେଧା ତାଲିକା, ଆଗରେ ରେଭେନ୍ସା
ବିଜେପି ରାଜ୍ୟ ସଭାପତି ହେବେ ମନମୋହନ, ଭରିଲେ ନାମାଙ୍କନ
ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ନେତା ସୋଡ଼ି କନ୍ନା ନିହତ

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

0

ଭୁବନେଶ୍ବର: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ। ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ନୋମିନେସନ୍ ଭରିଥିଲେ।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ। ପ୍ରଥମେ ୧୯୯୯ରୁ ୨୦୦୦, ୨୦୦୦ରୁ ୨୦୦୪, ୨୦୨୩ରେ ରାଜ୍ୟ ସଭାପତି ପଦରେ ସେ ରହିଥିଲେ। ଆଉ ଏବେ ୨୦୨୫ରେ ନିର୍ଦ୍ବନ୍ଦ୍ବରେ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୩ ବର୍ଷ ପାଇଁ ମନମୋହନ ସାମଲଙ୍କ କାର୍ଯ୍ୟକାଳ ରହିବ । ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ । ଆଗରୁ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସମେତ ରାଜ୍ୟସଭା ସାଂସଦ ରହିସାରିଛନ୍ତି।

Leave A Reply

Your email address will not be published.