ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

0

ଭୁବନେଶ୍ବର: ବରିଷ୍ଠ ଭାଜପା ନେତା ମନମୋହନ ସାମଲ ପୁଣି ଥରେ ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସର୍ବସହମତିରେ ତାଙ୍କୁ ଚତୁର୍ଥ ଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିର୍ବାଚିତ କରାଯାଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି।
ସୋମବାର ଭାଜପା ରାଜ୍ୟ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିଲା, ଯେଉଁଠାରେ ମନମୋହନ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ। ଆଜି ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ୱାଲ ବିଧିବଦ୍ଧ ଭାବେ ମନମୋହନଙ୍କ ନାମକୁ ରାଜ୍ୟ ସଭାପତି ଭାବେ ଘୋଷଣା କରିଛନ୍ତି।
ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ମନମୋହନ। ଗତକାଲି ନାମାଙ୍କନ ଦାଖଲ ପ୍ରକ୍ରିୟାରେ ଏକମାତ୍ର ପ୍ରାର୍ଥୀ ଭାବେ କେବଳ ସେ ନୋମିନେସନ୍ ଭରିଥିଲେ।କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ। ପ୍ରଥମେ ୧୯୯୯ରୁ ୨୦୦୦, ୨୦୦୦ରୁ ୨୦୦୪, ୨୦୨୩ରେ ରାଜ୍ୟ ସଭାପତି ପଦରେ ସେ ରହିଥିଲେ। ଆଉ ଏବେ ୨୦୨୫ରେ ନିର୍ଦ୍ବନ୍ଦ୍ବରେ ସେ ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୩ ବର୍ଷ ପାଇଁ ମନମୋହନ ସାମଲଙ୍କ କାର୍ଯ୍ୟକାଳ ରହିବ । ଏବେ ସେ ସଭାପତି ହେବାପରେ ଅଟକି ରହିଥିବା ବିଜେପିର ସାଙ୍ଗଠନିକ କାର୍ଯ୍ୟ ଆଗକୁ ବଢିବ ବୋଲି ଚର୍ଚ୍ଚା ହେଉଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହିତ ବିଭିନ୍ନ ରାଜନୈତିକ ନିଯୁକ୍ତି ମଧ୍ୟ ତ୍ୱରାନ୍ୱିତ ହେବ । ଆଗରୁ ମଧ୍ୟ ସେ ବିଜେପି ରାଜ୍ୟ ସଭାପତି ସମେତ ରାଜ୍ୟସଭା ସାଂସଦ ରହିସାରିଛନ୍ତି।

Leave A Reply

Your email address will not be published.