ପ୍ରମୁଖ ଖବର

ଶ୍ରୀମନ୍ଦିରରେ ଆସୁଛି ଇ-ହୁଣ୍ଡି ବ୍ୟବସ୍ଥା; ବିଶ୍ୱର ଯେକୌଣସି ସ୍ଥାନରୁ କରିହେବ ଦାନ
ଦିଲ୍ଲୀ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୨୧ ମୃତ, ୪୦ରୁ ଅଧିକ ଉଦ୍ଧାର
ସରକାରୀ ଗାଡ଼ି ପାଇଁ ପେଟ୍ରୋଲ ପମ୍ପକୁ ମିଳିବ ଆଗୁଆ ଟଙ୍କା
୩୯,୨୯୦ କୋଟିର ମେଗା ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି
କର୍ଣ୍ଣାଟକର ୩୪ତମ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ,ବିବାହ ପରେ ବି ପିତାମାତାଙ୍କ ପରିବାରର ସଦସ୍ୟ ଝିଅ

ଟ୍ରକକୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌

0

ବାଲେଶ୍ଵର: ଜଳେଶ୍ଵର ଏନଏଚ୍ ୬୦ ବସ୍ତା ଥାନା ଜୁଣବଳଦା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଜୁଣବଳଦା ଛକ ନିକଟରେ ଏକ ଟ୍ରକ୍‌ ପଛପଟରେ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଦାସ ଆଣ୍ଡ ଦାସ ନାମକ ଏହି ଘରୋଇ ବସ୍‌ଟି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କୋଲକାତା ଅଭିମୁଖେ ଯାଉଥିଲା। ଜୁଣବଳଦା ନିକଟରେ ଛିଡ଼ା ହୋଇଥିବା କୋଇଲା ବୋଝେଇ ଟ୍ରକ୍‌କୁ ପଛପଟୁ ବସ୍‌ଟି ଧକ୍କା ଦେଇଥିଲା। ବସ୍‌ର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଘଟଣାସ୍ଥଳରେ ବସ୍ତା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.