ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ରେଭେନ୍ସାରେ ରାଗିଂ :୧୦ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ

0

କଟକ: ରେଭେନ୍ସା ଇଷ୍ଟ ହଷ୍ଟେଲ୍‌ରେ ରାଗିଂ ଅଭିଯୋଗ ପରେ ୧୦ ଜଣ ଛାତ୍ରଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଣ୍ଟି ରାଗିଂ କମିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ହଷ୍ଟେଲ ୱାର୍ଡେନ ବାରଣ କରିବା ସତ୍ତ୍ୱେ ଏହି ରାଗିଂ କରାଯାଇଥିଲା। ରାତି ଅଧରେ ପ୍ରଥମ ବର୍ଷ ଅନ୍ତେବାସୀଙ୍କୁ ଡାକି ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର।

ଅଭିଯୋଗ ପାଇ ୱାର୍ଡେନ ପହଞ୍ଚି ଥିଲେ। ଏପରି ନକରିବାକୁ ସିନିଅର ଛାତ୍ର ମାନଙ୍କୁ କହିଥିଲେ। ଏପରିକି ୱାର୍ଡନଙ୍କୁ ତୃତୀୟ ବର୍ଷର ଅନ୍ତେବାସୀମାନେ ଦୁର୍ବ୍ୟବହାର କରିଥିଲେ। ଏହି ଘଟଣାରେ ୧୦ ଜଣ ତୃତୀୟ ବର୍ଷ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି।
ସୂଚନାଥାଉକି, ୟୁଜି ପ୍ରଥମ ବର୍ଷ ଛାତ୍ରଙ୍କୁ ତୃତୀୟ ବର୍ଷ ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା। ୧୦ ଜଣ ହଷ୍ଟେଲ ଅନ୍ତେବାସୀ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ। ଆଣ୍ଟି ଗ୍ୟାଙ୍ଗି ସେଲ୍‌ର ବୈଠକ ପରେ ନିଆଯାଇଛି ନିଷ୍ପତ୍ତି। ଯେଉଁ ମାନଙ୍କ ନାଁ ରେ ଅଭିଯୋଗ ଆସିଛି ସେମାନଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ୧୦ ଜଣ ଛାତ୍ର ହଷ୍ଟେଲ ଛାଡି ରେଭେନସା ଗେଷ୍ଟ ହାଉସ୍ ରେ ରହିଥିଲେ। ତେବେ ରାଗିଂ ଅଭିଯୋଗର ସତ୍ୟତା ତଦନ୍ତ କରାଯିବ ବୋଲି ଚିଫ ୱାଡେନ୍ ସୂଚନା ଦେଇଛନ୍ତି।

Leave A Reply

Your email address will not be published.