ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ସବ୍ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବଢିଲା ବୟସସୀମା

0

ଭୁବନେଶ୍ଵର: ରାଜ୍ୟରେ ଓଡ଼ିଶା ପୋଲିସ ସବ୍ ଇନ୍ସିପେକ୍ଟର ନିଯୁକ୍ତି ପାଇଁ ବୟସସୀମା ବଢିଲା। ରାଜ୍ୟ ସରକାର ବୟସସୀମା ୩ ବର୍ଷ କୋହଳ କରିଛନ୍ତି। ଏନେଇ ହାଇକୋର୍ଟଙ୍କୁ ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

କେବଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆବେଦନକାରୀଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ। ଏନେଇ ୧୭/୦୧/୨୦୨୫ରେ ବିଜ୍ଞପ୍ତି ସରକାର ପ୍ରକାଶ କରିଥିଲେ। ୨୦୧୮ ଠାରୁ ଏସଆଇ ନିଯୁକ୍ତି ବନ୍ଦ ଥିବାରୁ ବୟସ କୋହଳ ପିଟିସନ କରାଯାଇଥିଲା ।

ସୂଚନାନୁସାରେ, ଓଡିଶା ପୋଲିସ ରିକ୍ରୁଟ୍‌ମେଣ୍ଟ ବୋର୍ଡ ୧୭/୦୧/୨୦୨୫ରେ ବିଭିନ୍ନ ବିଭାଗରୁ ୯୩୩ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଏହି ପଦବୀ ମଧ୍ୟରୁ ୬୦୯ ପୋଷ୍ଟ ସବ ଇନିସପେକ୍ଟର , ୨୫୩ ଆର୍ମ ସବ ଇନିସ୍ପେକ୍ଟର ପୋଲିସ , ୪୭ ଫାୟାର ଷ୍ଟେସନ ସବ ଇନିସପେକ୍ଟର ଓ ୨୪ ଟି ପୋଷ୍ଟ ଆସିଷ୍ଟାଣ୍ଟ ଜେଲର ସବ ଇନିସପେକ୍ଟର ପଦବୀ ରହିଥିଲା ।
କିନ୍ତୁ ୨୦୧୮ ବିଜ୍ଞପ୍ତି ଅନୁଯାୟୀ ବୟସ ସୀମା ସମାନ ଥିବାରୁ ଅନେକ ଆଶାୟୀମାନେ ହାଇକୋର୍ଟରେ ଏହି ବିଜ୍ଞପ୍ତିକୁ ନେଇ ବୟସ କୋହଳ କରିବା ପାଇଁ ମାମଲା ରୁଜୁ କରିଥିଲେ । ତେବେ ଏହି ମାମଲାର ଶୁଣାଣି କରି କୋର୍ଟ ଚଳିତବର୍ଷ ବିଜ୍ଞପ୍ତି ପାଇଁ ୩ ବର୍ଷ କୋହଳ କରିଛନ୍ତି । ଯାହା ଅନ୍ୟ ବିଜ୍ଞପ୍ତି ପାଇଁ ଲାଗୁ ହେବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ।

Leave A Reply

Your email address will not be published.