ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ

0

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ। ମୃତକ ଦୁଇ ଜଣ ବୁର୍ଲା ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଦୁଇ ମୃତକ ଭୀମସାରର ଶେଷ ବର୍ଷର ବୋଲି ଜଣା ପଡ଼ିଛି। ନୂଆଦିଲ୍ଲୀର ନଜଫଗଡ଼, ନନ୍ଦଲୋଇ ଅଞ୍ଚଳର ସୁନୀଲ ପୁରୀଙ୍କ ପୁଅ ସନ୍ଦୀପ ପୁରୀ (୨୪) ଓ ରାଜସ୍ଥାନ ମାଉଣ୍ଟଆବୁ ଥାନା ଅଞ୍ଚଳର ଚେତନ ମୀନାଙ୍କ ଝିଅ ମୋନିକା ମୀନା (୨୪) । ଆଜି ଅପରାହ୍‌ଣ ସମୟରେ ସାଙ୍ଗସାଥୀମାନଙ୍କ ସହିତ ଗାଧୋଇବା ବେଳେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ ଆଜି ପୂର୍ବାହ୍‌ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ବର୍ଷାଦିନ ଯୋଗୁଁ ଏବେ ଝରଣାରେ ଜଳଧାରା ଅଧିକ ଥିବା ଏମାନେ ଜାଣିପାରି ନଥିଲେ। ସେଠାରେ ଗାଧୋଇବା ସମୟରେ ସନ୍ଦୀପ ଓ ମୋନିକା ବୁଡ଼ିଯାଇଥିଲେ।
ତୁରନ୍ତ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ପତ୍ତା ମିଳିନଥିଲା। ଏନେଇ ସ୍ଥାନୀୟ ଜୁଯୁମରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ସହ ଅଗ୍ନିଶମ ବିଭାଗ ସହାୟତାରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.