ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଜଳପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ

0

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ଆଜି ଯୁଯୁମରା ସ୍ଥିତ ଦେବଝରଣ ଜଳ ପ୍ରପାତରେ ବୁଡ଼ି ୨ ବୁର୍ଲା ଡାକ୍ତରୀ ଛାତ୍ରଛାତ୍ରୀ ମୃତ। ମୃତକ ଦୁଇ ଜଣ ବୁର୍ଲା ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଦୁଇ ମୃତକ ଭୀମସାରର ଶେଷ ବର୍ଷର ବୋଲି ଜଣା ପଡ଼ିଛି। ନୂଆଦିଲ୍ଲୀର ନଜଫଗଡ଼, ନନ୍ଦଲୋଇ ଅଞ୍ଚଳର ସୁନୀଲ ପୁରୀଙ୍କ ପୁଅ ସନ୍ଦୀପ ପୁରୀ (୨୪) ଓ ରାଜସ୍ଥାନ ମାଉଣ୍ଟଆବୁ ଥାନା ଅଞ୍ଚଳର ଚେତନ ମୀନାଙ୍କ ଝିଅ ମୋନିକା ମୀନା (୨୪) । ଆଜି ଅପରାହ୍‌ଣ ସମୟରେ ସାଙ୍ଗସାଥୀମାନଙ୍କ ସହିତ ଗାଧୋଇବା ବେଳେ ଡାକ୍ତରୀ ଛାତ୍ର ଓ ଛାତ୍ରୀଙ୍କର ମୃତ୍ୟୁ ଘଟିଛି।

ସୂଚନାନୁସାରେ ଆଜି ପୂର୍ବାହ୍‌ଣରେ ବୁର୍ଲାସ୍ଥିତ ଭୀମସାରର ୬ ଜଣ ଛାତ୍ରଛାତ୍ରୀ ଯୁଯୁମୁରା ଥାନା ଅଧୀନ ଦେବଝରଣ ଜଳପ୍ରପାତକୁ ବୁଲିବାକୁ ଆସିଥିଲେ। ବର୍ଷାଦିନ ଯୋଗୁଁ ଏବେ ଝରଣାରେ ଜଳଧାରା ଅଧିକ ଥିବା ଏମାନେ ଜାଣିପାରି ନଥିଲେ। ସେଠାରେ ଗାଧୋଇବା ସମୟରେ ସନ୍ଦୀପ ଓ ମୋନିକା ବୁଡ଼ିଯାଇଥିଲେ।
ତୁରନ୍ତ ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କ କୌଣସି ପତ୍ତା ମିଳିନଥିଲା। ଏନେଇ ସ୍ଥାନୀୟ ଜୁଯୁମରା ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ସହ ଅଗ୍ନିଶମ ବିଭାଗ ସହାୟତାରେ ଉଭୟ ଛାତ୍ର ଓ ଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ତେବେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

Leave A Reply

Your email address will not be published.