ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଏନ୍‌କାଉଣ୍ଟରରେ ୪ ମାଓବାଦୀ ନିପାତ

0

ଛତିଶଗଡ଼: ଛତିଶଗଡ଼ର ବିଜାପୁର ଜିଲାରେ ଶନିବାର ସୁରକ୍ଷାବାହିନୀକୁ ଏକ ବଡ଼ ସଫଳତା ମିଳିଛି। ମାଓବାଦୀମାନଙ୍କ ସହିତ ଚାଲିଥିବା ଏନ୍‌କାଉଣ୍ଟରରେ ସୁରକ୍ଷାବାହିନୀ ଏପର୍ଯ୍ୟନ୍ତ ୪ ଜଣ ମାଓବାଦୀଙ୍କୁ ହତ୍ୟା କରିଛନ୍ତି। ଜଣେ ପୋଲିସ ଅଧିକାରୀ ପିଟିଆଇକୁ କହିଛନ୍ତି ଯେ, ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନ୍‌କାଉଣ୍ଟର ଏବେ ବି ଜାରି ରହିଛି ଏବଂ ଏପର୍ଯ୍ୟନ୍ତ ୪ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଏସ୍‌ଏଲ୍‌ଆର୍‌ ଏବଂ ଇନ୍‌ସାସ୍‌ ଭଳି ବନ୍ଧୁକ ଜବତ ହୋଇଛି।

ଅଧିକାରୀମାନେ କହିଛନ୍ତି, ଜିଲାର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀକୁ ମାଓବାଦୀ ବିରୋଧୀ ଅପରେଶନ ପାଇଁ ପଠାଯାଇଥିଲା। ସେ କହିଛନ୍ତି, ଶନିବାର ସନ୍ଧ୍ୟାଠାରୁ ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଏନକାଉଣ୍ଟର ଚାଲିଛି।

Leave A Reply

Your email address will not be published.