ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍

0

ଭୁବନେଶ୍ବର: ସଡକ ଓ ଗୃହ ନିର୍ମାଣ (R&B) ଡିଭିଜନ୍‌ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ମଙ୍ଗଳବାର ଭିଜିଲାନ୍ସ ଟିମ୍‌ ଏକକାଳୀନ ଭାବେ ୧୦ଟି ସ୍ଥାନରେ ତଦନ୍ତ କରିଛି।

ଭୁବନେଶ୍ୱରର ଗାଲେରିଆ ଓ ସିମ୍ଫୋନୀ ମଲ୍‌ ସମେତ ନୟାଗଡ଼ର ବିଭିନ୍ନ ସ୍ଥାନରେ ଏହି ତଲାସୀ ଚାଲିଛି। ଭୁବନେଶ୍ୱର ଭିଜିଲାନ୍ସର ମାନ୍ୟବର ବିଶେଷ ବିଚାରପତିଙ୍କ ୱାରେଣ୍ଟ ଆଧାରରେ ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧ ଜଣ ଏସଆଇ, ୧୧ ଜଣ ଏଏସଆଇ ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ ଏହି ଅଭିଯାନରେ ଅଂଶଗ୍ରହଣ କରିଛନ୍ତି।

ଭିଜିଲାନ୍ସ ଟିମ୍‌ ରାଜକିଶୋର ଜେନାଙ୍କ ବାସଭବନ ଓ ସମ୍ପର୍କୀୟ ସ୍ଥାନଗୁଡ଼ିକରେ ସମ୍ପତ୍ତି ସମ୍ପର୍କିତ ଦଲିଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛି। ତଦନ୍ତ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ସମ୍ପର୍କରେ ଅଧିକ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ।

Leave A Reply

Your email address will not be published.