ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ଏମ୍ସରେ ଅସଦାଚରଣ ଘଟଣା; ନର୍ସିଂ ଅଫିସର୍ ଗିରଫ

0

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା। ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ ଗିରଫ। ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ। ସୋମବାର ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ। ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି ପୀଡ଼ିତାଙ୍କ ସହ ଅଶଳୀନ ବ୍ୟବହାର କରିଥିଲେ ବୋଲି ମହିଳା ଆଟେଣ୍ଡାଣ୍ଟ୍‌ ଜଣଙ୍କ ଏତଲାରେ ଦର୍ଶାଇଥିଲେ। ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୫୧୪/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସୋମବାର ଏମ୍ସ ମୁଖ୍ୟ ଫାଟକ ନିକଟରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ନେଇ ମହିଳା ଆଟେଣ୍ଡାଣ୍ଟ୍‌ ଓ ତାଙ୍କ ସହକର୍ମୀମାନେ ଧାରଣା ଦେଇଥିଲେ। ଏହାପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା। ଏହାପରେ ପୋଲିସ ଏହି ମାମଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା।

Leave A Reply

Your email address will not be published.