ପ୍ରମୁଖ ଖବର

୫ ବର୍ଷରେ ଓଡ଼ିଶାରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଧାନ କିଣାକୁ ନେଇ ଚାଷୀଙ୍କ ଦ୍ୱନ୍ଦ୍ୱ ଦୂର, ଚଳିତ ବର୍ଷ ବି ରହିବ ପି-ପାସ୍ ପଞ୍ଜୀକରଣ
ଜୁଜୁମୁରାରେ ମର୍ମନ୍ତୁଦ ଦୁର୍ଘଟଣା: ସରକାରୀ ବସ୍‌-ଟ୍ରକ୍‌ ଧକ୍କାରେ ୨ ମୃତ, ୧୧ ଆହତ
ପତାକା ଉତ୍ତୋଳନ ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ କ୍ରୀଡ଼ା ଶିକ୍ଷକଙ୍କ ମୃତ୍ୟୁ
ଅଲୱାରର ତେଲ ପ୍ୟାକିଂ କାରଖାନାରେ ଭୟାବହ ଅଗ୍ନିକାଣ୍ଡ
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଭିତରେ ଅଘଟଣ, ବୟସ୍କ ଶ୍ରଦ୍ଧାଳୁଙ୍କ ମୃତ୍ୟୁ
୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ: ପ୍ରଧାନମନ୍ତ୍ରୀ

ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ଇଡି

0

ନୂଆଦିଲ୍ଲୀ: ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀ ଓ ତାଙ୍କ ରିଲାଏନ୍ସ ସମୂହର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ଅଗଷ୍ଟ ୫ରେ ଜେରା ପାଇଁ ହାଜର ହେବାକୁ ଇଡି ଏହି ସମନ ଜାରି କରିଛି।

ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ ପରେ ଅନିଲ ଅମ୍ବାନୀଙ୍କୁ ସମନ ହୋଇଛି। ପୂର୍ବରୁ ଅନିଲଙ୍କ ଲିଙ୍କ୍‌ ଥିବା ୫୦ଟି ସ୍ଥାନରେ ଇଡି ଚଢ଼ାଉ କରିଥିଲା। ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ଋଣ ନେଇ ଅନିଲଙ୍କ ଗ୍ରୁପ ଅନ୍ୟ କମ୍ପାନୀକୁ ଦେଇଥିବା ଅଭିଯୋଗ ହୋଇଛି

ମିଳିଥିବା ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୧୯ ମଧ୍ୟରେ ୟେସ ବ୍ୟାଙ୍କରୁ ନିଆଯାଇଥିବା ପ୍ରାୟ ୩,୦୦୦ କୋଟି ଟଙ୍କାର ଋଣର ଅପବ୍ୟବହାର ଅଭିଯୋଗରେ ଅନିଲ ଅମ୍ବାନୀଙ୍କ ବିରୁଦ୍ଧରେ ଚଢ଼ାଉ ହୋଇଥିଲା । ବ୍ୟାଙ୍କ ଟଙ୍କାକୁ ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବ୍ୟାଙ୍କ ଋଣ ନେଇ ଅନିଲଙ୍କ ଗ୍ରୁପ୍ ଅନ୍ୟ କମ୍ପାନୀକୁ ଦେଇଥିବା ବି ଅଭିଯୋଗ ହୋଇଛି ।

ଯାଞ୍ଚ ସମୟରେ ଅନେକ ତଥ୍ୟ ସାମନାକୁ ଆସିଛି । ଯେପରିକି ବିନା ଭେରିଭିକେସନ କଂପାନୀକୁ ଲୋନ୍ ଦେବା, ଅନେକ କଂପାନୀରେ ଜଣେ ଡାଇରେକ୍ଟର ଓ ଠିକଣା, ଜରୁରୀ କାଗଜପତ୍ର ନଥିବା, ଫେକ୍ କଂପାନୀ ଗୁଡିକୁ ଟଙ୍କା ଟ୍ରାନ୍ସଫର କରିବା, ପୁରୁଣା ଲୋନ ପୈଠ କରିବାକୁ ନୂଆ ଲୋନ ନିଆଯାଇଛି ।

ସିବିଆଇ ଦ୍ୱାରା ଦାୟର ହୋଇଥିବା ଅତି କମରେ ଦୁଇଟି ଏଫଆଇଆର ଏବଂ ନାସନାଲ ହାଉସିଂ ବ୍ୟାଙ୍କ, ସେବି, ଏନଏଫଆରଏ ଏବଂ ବ୍ୟାଙ୍କ ଅଫ ବରୋଦା ଦ୍ୱାରା ପ୍ରଦାନ କରାଯାଇଥିବା ରିପୋର୍ଟ ଆଧାରରେ ଏହି ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.