ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ନେତା ଶିବୁ ସୋରେନ୍ଙ୍କ ସ୍ଵାସ୍ଥ୍ୟାବସ୍ଥା ଶନିବାର ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରରେ ରଖାଯାଇଛି। କିଡ୍ନୀ ସମ୍ବନ୍ଧୀୟ ସମସ୍ୟା ପାଇଁ ୮୧ ବର୍ଷୀୟ ଶିବୁ ମାସେରୁ ଊର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀର ଶ୍ରୀ ଗଙ୍ଗାରାମ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଛି। ଗତ ଜୁନ ମାସରେସୋରେନଙ୍କ ଦେହ ଅସୁସ୍ଥ ହେବାରୁ ସେବେଠାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଜେଏମ୍ଏମ୍ର ପ୍ରତିଷ୍ଠାତା ଶିବୁ ସୋରେନ୍ ୩୮ ବର୍ଷ ଧରି ଏହାର ନେତୃତ୍ୱ ନେଇଥିଲେ। କିଡନୀ ସମ୍ବନ୍ଧୀୟ ସମସ୍ୟା କାରଣରୁ ଗତ ଜୁନ ଶେଷ ସପ୍ତାହରେ ସୋରେନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ସ୍ଵାସ୍ଥ୍ୟାବସ୍ଥାରେ ଅବନତି କାରଣରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖି ଚିକିତ୍ସା କରାଯାଉଛି।
ପ୍ରମୁଖ ଖବର
ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ