ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟଣ। ଆନ୍ଧ୍ରପ୍ରଦେଶର ବାପତଲା ଜିଲାରେ ରବିବାର ଏକ ଗ୍ରାନାଇଟ୍ ପଥର ଖଣିରେ ବିସ୍ଫୋରଣ ଯୋଗୁ ବିରାଟକାୟ ଗ୍ରାନାଇଟ ପଥର ଖସି ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ୧୫ ଜଣ ଶ୍ରମିକ ଉପସ୍ଥିତି ଥିବା ଜଣାପଡିଛି। ଏବେ ବି ପଥର ତଳେ କିଛି ଶ୍ରମିକ ଫସି ରହିଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜୋରସୋରରେ ଚାଲିଛି। ବାଲିକୁରଭା ଅଞ୍ଚଳରେ ଥିବା ସତ୍ୟକ୍ରିଷ୍ଣା ଗ୍ରାନାଇଟ୍ ପଥର ଖଣିରେ ରବିବାର ସକାଳେ ଏହି ଅଘଟଣ ଘଟିଛି।ପ୍ରାଣ ହରାଇଥିବା ୬ ଓଡ଼ିଆ ଶ୍ରମିକଙ୍କ ଘର ଗଞ୍ଜାମ ଏବଂ ଗଜପତି ଜିଲାରେ ବୋଲି ଜଣାପଡ଼ିଛି। ଦୁଇ ଜଣ ଗଜପତି ଜିଲା ମୋହନାର ହୋଇଥିବାବେଳେ ଅନ୍ୟ ୪ ଜଣ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର। ମୋହନା ଅଲରା ଅଞ୍ଚଳର ଦୁଇ ମୃତକ ହେଲେ ଭାସ୍କର ବିଶୋୟୀ ଏବଂ ଟୁକୁନା ଦଳେଇ। ଅନ୍ୟମାନଙ୍କ ପରିଚୟ ମିଳିପାରି ନାହିଁ।ପୁଲିସ ସୂଚନା ଅନୁସାରେ, ଅଘଟଣ ଘଟିବା ସମୟରେ ଖଣିରେ ୧୬ ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ବିସ୍ଫୋରଣ ଦ୍ଵାରା ପଥର ଫଟାଯିବା ସମୟରେ ଏକ ବିରାଟ ପଥର ଖଣ୍ଡ ଭୁଶୁଡ଼ି ଶ୍ରମିକମାନଙ୍କ ଉପରେ ପଡ଼ିଯାଇଥିଲା। ଯାହାଫଳରେ ପଥର ତଳେ ଶ୍ରମିକମାନେ ଚାପି ହୋଇଯାଇଥିଲେ। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ତଦନ୍ତ ନିର୍ଦେଶ ଦେଇଛନ୍ତି।
ପ୍ରମୁଖ ଖବର
ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା