ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ଗିରଫ ହେଲେ କୋଟିପତି ଏମ୍‌ଭିଆଇ ଗୋଲାପ ଚନ୍ଦ୍ର ହାଁସଦା

0

ବୌଦ୍ଧ: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ମୋଟର ଭେଇକିଲ୍‌ ଇନ୍ସପେକ୍ଟର (ଏମ୍‌ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍‌ ଥିବା ଜଣାପଡ଼ିଥିବାବେଳେ ଘରୁ କେଜିଏ ସୁନା ଓ ୨ କେଜି ରୁପା ଅଳଙ୍କାର ମିଳିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ଗୋଲାପଚନ୍ଦ୍ରଙ୍କ ବାରିପଦା, ବୌଦ୍ଧ ଓ ଭୁବନେଶ୍ୱରର ୬ ସ୍ଥାନରେ ଚଢ଼ାଉ କରାଯାଇଛି। ଯାଞ୍ଚ ଚାଲିଥିବା ସ୍ଥାନ ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆର୍‌ଟିଓ ଅଫିସସ୍ଥିତ ଚାମ୍ବର, ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଗୁଡିଡିହ ଗ୍ରାମସ୍ଥିତ ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାସ୍ଥିତ ଝିଅ ରହୁଥିବା ଭଡ଼ା ଫ୍ଲାଟ୍‌, ବାରିପଦା ୱାର୍ଡ ନଂ.୨୮ ଅନ୍ତର୍ଗତ ବାଘଡ଼ିହସ୍ଥିତ ଘନିଷ୍ଠ ସହଯୋଗୀଙ୍କ ଘର ଆଦି ରହିଛି।
ଚଢ଼ଉ ବେଳେ ଗୋଟିଏ ବହୁତଳ କୋଠା, ୪୪ଟି ପ୍ଲଟ୍‌, ନଗଦ ୨.୩୮ଲକ୍ଷ ଟଙ୍କା ଓ ପ୍ରାୟ ଅଧକୋଟିରୁ ଅଧିକ ଟଙ୍କାର ବ୍ୟାଙ୍କ ଓ ଡାକଘର ଜମା ସହ ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନାଗହଣା ମିଳିଥିଲା। ନଗଦ ୨ ଲକ୍ଷ ୩୮ ହଜାରରୁ ଅଧିକ ଟଙ୍କା ସହ ବ୍ୟାଙ୍କ ଓ ଡାକଘର ଜମା ବାବଦରେ ୧କୋଟି ୩୪ଲକ୍ଷ ଟଙ୍କା ଠାବ କରାଯାଇଥିବାବେଳେ ଝିଅର ଡାକ୍ତରୀ ଶିକ୍ଷା ପାଇଁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ସହ ଅନ୍ୟାନ୍ୟ ଜମା ଓ ନିବେଶର ପ୍ରମାଣ ମିଳିଛି। ଏଥିସହିତ ୫୦ଗ୍ରାମ ଲେଖାଏଁ ଓଜନର ୨ଟି ସୁନା ବିସ୍କୁଟ ସହ ୧କିଲୋ ଓଜନର ସୁନା ଅଳଙ୍କାର, ୨କିଲୋ ରୁପା ଅଳଙ୍କାର, ଗୋଟିଏ ୪ ଚକିଆ ଓ ୩ଟି ୨ଚକିଆ ଗାଡ଼ି, ମୟୂରଭଞ୍ଜ ଜିଲାରେ ଏକ ଦୁଇ ମହଲା କୋଠା ସହ ବିଭିନ୍ନ ସ୍ଥାନରେ ମୋଟ ୪୪ଟି ପ୍ଲଟ ଭିଜିଲାନ୍ସ ଠାବ କରିଛି।

ଏମ୍‌ଭିଆଇ ହାଁସଦା ୧୯୯୧ରେ ସରକାରୀ ଚାକିରିରେ ଆଇପିଓ ଭାବେ ଯୋଗଦେଇ ସମ୍ବଲପୁର ଓ ଦେବଗଡ଼ ଜିଲାରେ କାର୍ଯ୍ୟ କରିଥିଲେ। ୨୦୦୩ ରେ ତାଙ୍କୁ କନିଷ୍ଠ ଏମ୍‌ଭିଆଇ ଭାବେ ପଦୋନ୍ନତି ମିଳିବା ସହ ସୁନ୍ଦରଗଡ଼ ଟପରିଆ ଚେକ୍‌‌ଗେଟ୍‌‌ ଓ ସମ୍ବଲପୁର ଲକ୍ଷ୍ମୀଡ଼ୁଙ୍ଗୁରୀ ଚେକ୍‌‌ଗେଟ୍ ଦାୟିତ୍ୱ ମିଳିଥିଲା। ସେହି ସମୟରେ ସେ ବେଆଇନ ଉପାୟରେ ବିପୁଳ ଅର୍ଥ ରୋଜଗାର କରିଥିବା ଭିଜିଲାନ୍ସ ଅନୁମାନ କରୁଛି। ପରେ ହାଁସଦା ମୟୂରଭଞ୍ଜ ଓ ବରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ କାମ କରିଥିଲେ। ୨୦୨୦ରେ ଏମ୍‌ଭିଆଇ ଭାବେ ପଦୋନ୍ନତି ପାଇ ସେ ବୌଦ୍ଧ ଜିଲାରେ ଯୋଗ ଦେଇଥିଲେ।

ସଂପ୍ରତି ସେ ମାସିକ ୧ ଲକ୍ଷ ୮ ହଜାର ଟଙ୍କା ଦରମା ପାଉଛନ୍ତି। ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ବିଚାରପତି ତାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ନିର୍ଦେଶ ଦେଇଥିଲେ। ଚଢ଼ଉରେ ଭିଜିଲାନ୍ସ ବିଭାଗର ୪ଜଣ ଡିଏସ୍‌ପି, ୭ ଇନ୍ସପେକ୍ଟର୍ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।

Leave A Reply

Your email address will not be published.