ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ

0

ଦିଲ୍ଲୀ: ଦକ୍ଷିଣ ପୂର୍ବ ଦିଲ୍ଲୀର ଜୈତପୁର ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି। ଏଠାରେ ଏକ ସମାଧି ସ୍ଥଳର ପ୍ରାୟ ୧୦୦ ଫୁଟ ଲମ୍ବା କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଫଳରେ ନିକଟରେ ଥିବା ଅନେକ ବସ୍ତି ଏହାର କବଜାକୁ ଚାଲିଯାଇଥିଲା। ଭଗ୍ନାବଶେଷ ତଳୁ ୮ ଜଣଙ୍କୁ ଉଦ୍ଧାର କରାଯାଇ ଏମ୍ସ ଟ୍ରମା ସେଣ୍ଟର ଏବଂ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା

ଦିଲ୍ଲୀ ପୋଲିସ, ଅଗ୍ନିଶମ ବାହିନୀ, ଏନଡିଆରଏଫ ଦଳ ଘଟଣାସ୍ଥଳରେ ନିୟୋଜିତ ହୋଇଛନ୍ତି। ଅନ୍ୟ କେହି ପୋତି ହୋଇଛନ୍ତି କି ନାହିଁ ତାହା ଦେଖିବା ପାଇଁ ବସ୍ତି ଏବଂ କାନ୍ଥ ତଳେ ଖୋଜା ଚାଲିଛି। ମୃତକଙ୍କ ମଧ୍ୟରେ ତିନି ଜଣ ପୁରୁଷ, ଦୁଇ ମହିଳା ଏବଂ ଦୁଇ ଜଣ ଝିଅ ଅଛନ୍ତି। ସମସ୍ତଙ୍କୁ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.