ପ୍ରମୁଖ ଖବର

ଜବତ ହେଲା ଦୁର୍ଘଟଣାଘଟାଇଥିବା ଥର୍
ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ
ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ଗିରଫ
୩ ଦିନିଆ ଓଡିଶା ଗସ୍ତରେ ଆସିବେ ମୋହନ ଭାଗବତ
ଚନ୍ଦ୍ରଭାଗାରେ ଗାଧୋଇବା ବେଳେ ଅଘଟଣ, ସମୁଦ୍ରରେ ବୁଡି ୩ ମୃତ
ଶହୀଦ ଲକ୍ଷ୍ମଣ ନାୟକ ହସ୍ପିଟାଲର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ

0

ଜମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର କୁଲଗାମର ଅଖଲ ଅଞ୍ଚଳରେ ୯ଦିନ ହେଲାଣି ସର୍ଚ୍ଚ ଅପରେସନ ଜାରି ରହିଛି। ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଆତଙ୍କୀଙ୍କ ଗୁଳିବର୍ଷାରେ ୨ ଜଣ ଯବାନ ଶହିଦ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ସୈନିକ ଆହତ ହୋଇଛନ୍ତି।

ରିପୋର୍ଟ ଅନୁସାରେ ଅପରେସନ ଅଖଲ ବେଳେ ସେନା ଅନେକ ଆତଙ୍କୀଙ୍କୁ ନିପାତ କରିଛି। ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନଙ୍କ ନାମ ପ୍ରିତପାଲ ସିଂହ ଏବଂ ସିପାହୀ ହରମିନ୍ଦର ସିଂହ। ସୂତ୍ର ଅନୁସାରେ ଘନ ଜଙ୍ଗଲ ଗୁମ୍ଫାରେ ଅନେକ ଆତଙ୍କବାଦୀ ଲୁଚି ରହିଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ଏପର୍ଯ୍ୟନ୍ତ, ଅପରେଶନରେ ଜଣେ ଆତଙ୍କବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୋଟ ଦୁଇ ଜଣ ଯବାନ ଶହିଦ ହୋଇଛନ୍ତି ଏବଂ ଦଶ ଜଣ ସୈନିକ ଆହତ ହୋଇଛନ୍ତି।

Leave A Reply

Your email address will not be published.