ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ରାଜଧାନୀରେ ବଧୂହତ୍ୟା ଅଭି​‌ଯୋଗ, ସ୍ଵାମୀ ଗିରଫ

0

ଭୁବନେଶ୍ଵର: ରାଜଧାନୀରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଧୀରୁକୁଟି ସାହିରେ ଆଜି ଜଣେ ନବବିବାହିତାଙ୍କୁ ଶ୍ୱଶୁର ଘରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କ ନାଁ ତୃପ୍ତି ନାୟକ। ସେ ଭୁବନେଶ୍ୱରର ଅନ୍ଧାରୁଆ ଗାଁର ସୁବାଷ ନାୟକଙ୍କ ଝିଅ।

ତୃପ୍ତିଙ୍କ ପରିବାର ଅଭିଯୋଗ କରିଛନ୍ତି, ତାଙ୍କୁ ଶ୍ୱଶୁର ଘର ଲୋକେ ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି। ପରେ ଏହାକୁ ଆତ୍ମହତ୍ୟା ବୋଲି ଦେଖାଇବାକୁ ଚେଷ୍ଟା କରିଛନ୍ତି। ପରିବାର କହିଛନ୍ତି, ଯୌତୁକ ଦାବି କାରଣରୁ ତୃପ୍ତିଙ୍କୁ ନିର୍ଯାତନା ଦିଆଯାଇଥିଲା। ପରିବାରର ଲିଖିତ ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି। ତୃପ୍ତିଙ୍କ ସ୍ୱାମୀ ବିକ୍ରମ ନାୟକଙ୍କୁ ଗିରଫ କରାଯାଇଛି। ଶ୍ୱଶୁର ଘରର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ଜେରା ପାଇଁ ଅଟକ ରଖାଯାଇଛି।

ଏହି ଘଟଣା ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୮୫ (ସ୍ୱାମୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଦ୍ୱାରା ମହିଳାଙ୍କୁ ନିର୍ଯାତନା) ଓ ୧୦୩(୧) (ହତ୍ୟା) ଅନ୍ତର୍ଗତ ରୁଜୁ ହୋଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସ୍ଥାନୀୟ ପୋଲିସ କହିଛି।

Leave A Reply

Your email address will not be published.