ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

0

ଜମ୍ମୁ-କଶ୍ମୀର: ପଞ୍ଚଭୂତରେ ବିଲୀନ ହେଲେ ସହିଦ ମନୋଜ ବିଶ୍ୱାଳ। ଜମ୍ମୁ-କଶ୍ମୀରର କିସ୍ତଓ୍ବାର ଠାରେ ହୋଇଥିବା ବାଦଲ ଫଟା ବର୍ଷାରେ ଶହୀଦ ହୋଇଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମାଣିକମରା ଗ୍ରାମର ମନୋଜ ବିଶ୍ୱାଳ। ଗତ ଦୁଇ ଦିନ ତଳେ ମନୋଜଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ସୂଚନା ପାଇଥିବା ବେଳେ ସୋମବାର ସକାଳୁ ନିଜ ଗାଁ ମାଣିକମରାରେ ମନୋଜଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା। ପରିବାର ଲୋକ, ଆତ୍ମୀୟ ସ୍ବଜନ, ଗ୍ରାମବାସୀଙ୍କ କାନ୍ଦବୋବାଳିରେ ପୂରା ପରିବେଶ କମ୍ପୁଥିବା ବେଳେ ଗାଁରେ ସୃଷ୍ଟି ହୋଇଥିଲା ବୀର ଯବାନ ମନୋଜ ବିଶ୍ୱାଳ ଅମର ରହେର ସ୍ଲୋଗାନ। ଗାଁର ବୀରପୁଅକୁ ସବୁଦିନ ପାଇଁ ବିଦାୟ ଦେବା ପାଇଁ ଗାଁ ମଶାଣି ପ୍ରସ୍ତୁତ ଥିବାବେଳେ ଗ୍ରାମବାସୀ ଏକ ବିରାଟ ଶୋଭାଯାତ୍ରାରେ ବାଜାବାଣ ବଜାଇ ଗ୍ରାମ ପରିକ୍ରମା କରି ଶ୍ମଶାନ ନିକଟରେ ପହଞ୍ଚିଥିଲେ। ପରେ ସିଆଇଏସ୍‌ଏଫ୍‌ ତରଫରୁ ଶ୍ମଶାନ ଠାରେ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିବା ବେଳେ ଶହୀଦ ମନୋଜଙ୍କ ବଡ଼ଝିଅ ବାପାଙ୍କ ଚିତାରେ ମୁଖାଗ୍ନି ଦେଇଥିଲେ।

ମନୋଜଙ୍କ ଶେଷଦର୍ଶନ କରିବାକୁ ଶ୍ମଶାନ ନିକଟରେ ପରଜଙ୍ଗର ପୂର୍ବତନ ବିଧାୟକ ଡ. ନୃସିଂହ ଚରଣ ସାହୁ, ଢେଙ୍କାନାଳର ପୂର୍ବତନ ଏମ୍‌ପି ମହେଶ ସାହୁଙ୍କ ସମେତ ହଜାର ହଜାର ଲୋକ ରୁଣ୍ଡ ହୋଇଥିବା ବେଳେ ପଞ୍ଚଭୂତରେ ଲୀନ ହୋଇଯାଇଛି ଶହୀଦ ମନୋଜଙ୍କ ପାର୍ଥିବ ଶରୀର।

Leave A Reply

Your email address will not be published.