ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ଖଣି ମାଲିକଙ୍କ ଘରେ ଇଡି ରେଡ

0

୧୦ ଦାମୀ କାର ସହ କୋଟିଏ ଟଙ୍କାର ସୁନା ଗହଣା ଜବତ

ନ୍ୟୁଜ୍ ବ୍ୟୁରୋ: ଖଣି ମାଲିକ ରଞ୍ଜନ ଦେଶଙ୍କ ଘର ସମେତ ଅଫିସ ଠିକଣାରେ ଇଡି ପକ୍ଷରୁ ଚଢ଼ଉ ଜାରି ରହିଛି। ଶକ୍ତିଙ୍କ ନୟାପଲ୍ଲୀ ସ୍ଥିତ ଘରେ ହିମାଚଳ ପ୍ରଦେଶ ଇଡି ଟିମ୍‌ ଚଢ଼ାଉ କରିଛି। ହିମାଚଳ ପ୍ରଦେଶ ପୋଲିସ ସିଆଇଡି ନିକଟରେ ମାମଲା ରୁଜୁ ପରେ ଏହି ଚଢ଼ାଉ ଚାଲିଛି।
ହିମାଚଳର ଏକ କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଋଣ କରିଥିଲା। ଜାଲ କାଗଜପତ୍ର ମାଧ୍ୟମରେ ଋଣ, ସେଥିରୁ ଶକ୍ତିଙ୍କ ଆକାଉଣ୍ଟକୁ କେବଳ ଆସିଛି ୫୯ କୋଟି ଟଙ୍କା। ଏହି ଚଢ଼ାଉ ବେଳେ ଶକ୍ତିଙ୍କ ଘରୁ ୧୦ଟି ବିଳାସପୂର୍ଣ୍ଣ କାର୍‌ , ୩ଟି ସୁପର ବାଇକ ଜବତ ହୋଇଛି। ୧୦ ଦାମୀ ଗାଡ଼ି ମଧ୍ୟରେ ଅତ୍ୟାଧୁନିକ ପୋର୍ସେ ଓ ବିଏମଡବ୍ଲ୍ୟୁ ମଧ୍ୟ ରହିଛି। ଏହାବାଦ କୋଟିଏ ଟଙ୍କାର ସୁନା ଗହଣା ସହ ଇଡି ଅଧିକାରୀମାନେ ବ୍ୟାଙ୍କ ଲକର ମଧ୍ୟ ସିଜ କରିଛନ୍ତି। ଇଡିର ଅଧିକାରୀମାନେ ଶ୍ରୀ ଦାଶଙ୍କ ଠିକଣାରୁ ୧.୧୨ କୋଟିର ସୁନା ଅଳଙ୍କାର, ନଗଦ ୧୩ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ସେହିପରି ଶ୍ରୀ ଦାଶଙ୍କ ୨ଟି ବ୍ୟାଙ୍କ ଲକରକୁ ମଧ୍ୟ ଫ୍ରିଜ କରାଯାଇଛି।

Leave A Reply

Your email address will not be published.