ପ୍ରମୁଖ ଖବର

ଘୋଷଣା ହେଲା ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; ‘ପୁଷ୍କରା’, ‘ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌’ ଓ ‘ଆଶ୍ରମ’ ଶ୍ରେଷ୍ଠ ଚଳଚ୍ଚିତ୍ର
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ତଦନ୍ତ ସରିଲା, ଆଜି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇପାରେ କମିଟି
ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମିଳିବ ମାଗଣା ସ୍କୁଲ୍ ବ୍ୟାଗ୍
ରଥଯାତ୍ରାରେ ପିପିଲି ଟୋଲ୍‌ ଫି’ ଛାଡ଼, ଚଳାଚଳ କରିବ ହଜାରେ ବସ୍‌
ବିଜେଡିରେ ସାମିଲ ହେଲେ ସୁଜାତା ଆର୍ କାର୍ତ୍ତିକେୟନ

୨୪ ଘଣ୍ଟାରେ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପକ୍ଷେତ୍ର

0

ନ୍ୟୁଜ୍ ବ୍ୟୁରୋ: ଉତ୍ତର ପୂର୍ବ ବଙ୍ଗୋପସାଗର ତଥା ମିଆଁମାର ଉପକୂଳ ବାୟୁମଣ୍ଡଳ ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ସଦୃଶ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଘୂର୍ଣ୍ଣିବଳୟ କ୍ଷେତ୍ରରୁ ଏକ ଟ୍ରଫରେଖା ଉତ୍ତର ଉପକୂଳ ଓଡ଼ିଶା ଯାଏଁ ବିସ୍ତାରିତ ହୋଇଛି। ମୌସୁମୀ ବାୟୁ ସକ୍ରିୟ ରହିଛି।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେଉଁଝର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କୋରାପୁଟ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାପରେ ଆଭ୍ୟନ୍ତର ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.