ପ୍ରମୁଖ ଖବର

ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ
ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି
କୁର୍ଣ୍ଣୁଲରେ ଜଳିଗଲା ବସ୍‌: ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

0

୧୬ ହାର୍ଡକୋର ମାଓବାଦୀ ଗିରଫ

ନ୍ୟୁଜ୍ ବ୍ୟୁରୋ; ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ। ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ପକ୍ଷରୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଏହି ୧୬ ଜଣ ହାର୍ଡକୋର ମାଓବାଦୀମାନେ ଗିରଫ ହୋଇଛନ୍ତି।

ତେବେ ଗିରଫ ମାଓବାଦୀମାନେ ବିଭିନ୍ନ ମାଓ ସଂଗଠନ ସହିତ ଜଡିତ ରହି ଅନେକ ହିଂସାକାଣ୍ଡରେ ସାମିଲ ଥିଲେ। ଗିରଫ ପରେ ସେମାନଙ୍କ ନିକଟରୁ ଅନେକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯାହା ମଧ୍ୟରେ ଆଇଇଡି, ପ୍ରେସର କୁକର ବୋମା, ଟିଫିନ ବୋମା, କୋଡେକ୍ସ ତାର ଓ ଜିଲୋଟିନ ଷ୍ଟିକ୍‌ ରହିଛି।

ଗିରଫ ପରେ ସମସ୍ତ ମାଓବାଦୀଙ୍କ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ବିଜାପୁର ଏସ୍‌ପି କହିଛନ୍ତି। ଏବେ ବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ମାଲକାନଗିରି ସୀମାନ୍ତ ଛତିଶଗଡର ଗାଙ୍ଗାଲୁର, ବାସାଗୁଡ଼ା, ଜାଙ୍ଗଲାରେ ସର୍ଚ୍ଚ ଅପରେସନ ଚାଲିଛି।

Leave A Reply

Your email address will not be published.