ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା

0

ତେଲେଙ୍ଗାନା: ତେଲେଙ୍ଗାନାର ବିଧାୟିକା କେ କବିତାଙ୍କୁ ଦଳରୁ ନିଲମ୍ବିତ କରାଯିବାର ଗୋଟିଏ ଦିନ ପରେ ବୁଧବାର ସେ ଭାରତ ରାଷ୍ଟ୍ର ସମିତି (BRS)ରୁ ଇସ୍ତଫା ଦେବା ଘୋଷଣା କରିଛନ୍ତି। ଦଳବିରୋଧୀ କାର୍ଯ୍ୟ ଯୋଗୁ ଗତକାଲି ବାପା ତଥା ଭାରତ ରାଷ୍ଟ୍ର ସମିତି ଅଧ୍ୟକ୍ଷ କେ. ଚନ୍ଦ୍ରଶେଖର ରାଓ ତାଙ୍କୁ ଦଳରୁ ସସପେଣ୍ଡ କରିଥିଲେ। ଆଜି ସେ ନିଜ ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି। ଏହା ସହ ବିଆରଏସ ଛାଡିଛନ୍ତି କବିତା।

ସେ ତାଙ୍କ ଭାଇ କେଟି ରାମା ରାଓଙ୍କୁ ସମ୍ପର୍କୀୟ ଭାଇ ଟି ହରିଶ ରାଓ ଏବଂ ଜେ ସନ୍ତୋଷ ରାଓଙ୍କ ବିରୁଦ୍ଧରେ ଚେତାବନୀ ମଧ୍ୟ ଦେଇଛନ୍ତି। କାରଣ ଦଳର ବରିଷ୍ଠ ନେତା ତଥା ତାଙ୍କ ସମ୍ପର୍କୀୟ ଟି. ହରୀଶ ରାଓଙ୍କ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ସସପେଣ୍ଡ କରାଯାଇଥିଲା।
ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଦଳର କାର୍ଯ୍ଯକର୍ତ୍ତାଙ୍କ ଯତ୍ନ ନେବାକୁ ସେ ଭାଇ କେ.ଟି. ରାମାରାଓଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦଳିତଙ୍କ ଲାଗି ବାପା କେସିଆରଙ୍କ ତ୍ୟାଗ ନେଇ ଉଲ୍ଲେଖ କରିଥିଲେ। ଗତକାଲି ଝିଅ ତଥା ଏମଏଲସି କେ. କବିତାଙ୍କୁ ବିଆରଏସରୁ ସସପେଣ୍ଡ କରିଥିଲେ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ। କବିତାଙ୍କ ବାପା ତଥା ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଏହି ଏହି ନିଷ୍ପତ୍ତି ଚର୍ଚ୍ଚାର ବିଷୟ ହୋଇଥିଲା। ଦଳ ବିରୋଧରେ କହିବୁଲିବା କାରଣରୁ କବିତାଙ୍କୁ ସସପେଣ୍ଡ କରାଯାଇଥିବା କହିଥିଲେ କେସିଆର।

ଦଳର ନୀତି ଓ ଆଦର୍ଶ ଉପରେ ଚାଲେଞ୍ଜ ସୃଷ୍ଟି କରୁଥିବାରୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲା ଦଳ। କ୍ଷମତାରୁ ବିଦା ହୋଇଥିବା ବିଆରଏସ ନାନା ସଙ୍କଟ ଦେଇ ଗତି କରୁଥିବାବେଳେ କବିତାଙ୍କୁ ସସପେଣ୍ଡ କରିବା ଘଟଣା ଦଳ ଲାଗି ଅଧିକ ଚାଲେଞ୍ଜ ସୃଷ୍ଟି କରିଛି। ବାପା କେସିଆରଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି କିଛି ସହକର୍ମୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିବାର ଦିନକ ପରେ ବିଆରଏସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ବାପାଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଦଳର ବରିଷ୍ଠ ନେତା ଟି. ହରିଶ ରାଓ ଓ ପୂର୍ବତନ ସାଂସଦ ମେଘା କ୍ରିଷ୍ଣାରେଡ୍ଡୀ ଉଦ୍ୟମ କରୁଛନ୍ତି ବୋଲି କବିତା କହିବା ପରେ ତାଙ୍କୁ ସସପେଣ୍ଡ ହେବାକୁ ପଡିଥିଲା।

Leave A Reply

Your email address will not be published.