ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ସୋସିଆଲ୍ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର

0

ନେପାଳ: ସୋସିଆଲ୍ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର। ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ତୀବ୍ର ଉତ୍ତେଜନା ପରେ ନିଷ୍ପତ୍ତି ନେଲେ ସରକାର। ଏବେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବେ ନାହିଁ ବୋଲି ସୂଚନା ମିଳିଛି। ସୋସିଆଲ୍ ମିଡିଆ ବ୍ୟାନ୍‌ ବିରୋଧରେ କାଠମାଣ୍ଡୁରେ ବିକ୍ଷୋଭ କରିଥିଲେ ୟୁଜର୍ସ। ମୋଟ୍‌ ୨୬ଟି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍‌ କରିଥିଲେ ନେପାଳ ସରକାର। ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି ।

ନେପାଳରେ ସୋସିଆଲ ମିଡିଆ ଆପ୍ ଉପରେ ପ୍ରତିବନ୍ଧକ ବିରୋଧରେ ହିଂସାରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ହିଂସାରେ ଜୀବନ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯିବ ବୋଲି ଘୋଷଣା କରିଛନ୍ତି ନେପାଳ ସଞ୍ଚାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ। ହିଂସାକୁ ଦୃଷ୍ଟିରେ ରଖି ସରକାର ଆପାତକାଳୀନ ବୈଠକ ଡକାଇ ବ୍ୟାନ୍ ହଟାବାକୁ ନିଷ୍ପତ୍ତିତ ନେଇଥିବା ଜଣାପଡ଼ିଛି । ବନ୍ଦ ହୋଇଥିବା ସମସ୍ତ ସୋସିଆଲ ସାଇଟ୍ସ ପୂର୍ବପରି ଚାଲୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଗତକାଲି ସନ୍ଧ୍ୟାରେ ଏକ ଜରୁରୀକାଳୀନ କ୍ୟାବିନେଟ୍ ବୈଠକ ଡକାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ସରକାର ଏହି ପ୍ରତିବନ୍ଧକ ପ୍ରତ୍ୟାହାର ଘୋଷଣା କରିଛନ୍ତି। ସରକାର ମଧ୍ୟ ଯୁବପିଢ଼ିଙ୍କୁ ପ୍ରତିବାଦ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି। ତଥାପି, ଯୁବପିଢ଼ି କହିଛନ୍ତି ଯେ ସେମାନେ ମଙ୍ଗଳବାର ଅର୍ଥାତ୍ ଆଜିଠାରୁ ପ୍ରତିବାଦକୁ ତୀବ୍ର କରିବେ।

ମଙ୍ଗଳବାର ସକାଳେ ନେପାଳୀ ସଂସଦ ଭବନ ବାହାରେ ଧୀରେ ଧୀରେ ଭିଡ଼ ଜମା ହେଉଛି। ସଂସଦ ଭବନ ବାହାରେ ଭଙ୍ଗାରୁଜା, ପୋଡ଼ାଜଳା ଏବଂ ପଥର ଫିଙ୍ଗାଳିଙ୍କ ଲକ୍ଷଣ ସ୍ପଷ୍ଟ ଭାବରେ ଦେଖାଯାଉଛି। ଲୋକମାନେ ପ୍ରଧାନମନ୍ତ୍ରୀ କେପି ଓଲିଙ୍କୁ ହଟାଇ ପୁନଃନିର୍ବାଚନ ଦାବି କରୁଛନ୍ତି। ଲୋକେ ଦାବି କରୁଛନ୍ତି ଯେ ଆମର ଆନ୍ଦୋଳନ କେବଳ ସୋସିଆଲ ମିଡିଆ ବିଷୟରେ ନୁହେଁ। ଆମର ଦାବି ହେଉଛି ନେପାଳରେ ଦୁର୍ନୀତି ବନ୍ଦ ହେବା ଉଚିତ।

Leave A Reply

Your email address will not be published.