ପ୍ରମୁଖ ଖବର

ଫିଟନେସ୍‌ ବିନା ରାସ୍ତାରେ ଗଡ଼ିବନି ଗାଡ଼ି; ନିୟମ ଭଙ୍ଗିଲେ ହେବ ଜବତ
ଭୁବନେଶ୍ୱରରେ ନିର୍ମାଣ ହେବ ୬୦୦ କୋଟି ଟଙ୍କାର ଅତ୍ୟାଧୁନିକ ରାଜସ୍ୱ ଭବନ
ଅହମଦାବାଦ ସିରିଏଲ ବିସ୍ଫୋରଣ ମାମଲା: ୩୮ଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ
ଶିଶୁ ବାଟିକା ଶିକ୍ଷକ ନିଯୁକ୍ତି ନେଇ ଭାଇରାଲ ଚିଠି ଜାଲ୍, ସ୍ପଷ୍ଟ କଲା ଗଣଶିକ୍ଷା ବିଭାଗ
ୱାୟାନାଡରେ ଭୟଙ୍କର ଭୂସ୍ଖଳନ: ୩ ମୃତ, ୭ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ
ନାଟୋ ସମ୍ମିଳନୀ ପୂର୍ବରୁ ୟୁକ୍ରେନ୍‌ ଉପରେ ରୁଷର ଭୟଙ୍କର ଆକ୍ରମଣ, ୨୩ ମୃତ
ତେଲ ନଦୀରେ ଭାସି ଯାଇ ବୃଦ୍ଧଙ୍କ ମୃତ୍ୟୁ
ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ
ଅଦିନିଆ ରଥଯାତ୍ରା ବନ୍ଦ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି
ଭୁବନେଶ୍ବର: ଦାମୀ ଗାଡ଼ିରେ ବ୍ରାଉନସୁଗାର କାରବାର, ବାପ–ପୁଅ ଗିରଫ

ଦିଶା ପଟାନୀଙ୍କ ଘର ଉପରକୁ ପୁଣି ଗୁଳିମାଡ

0

ଉତ୍ତରପ୍ରଦେଶ: ଆଜି ପୁଣି ଦିଶା ପଟାନୀଙ୍କ ଘର ଉପରକୁ ପୁଣି ଗୁଳିମାଡ ପୁଣି ଥରେ ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳିମାଡ ହୋଇଛି । ତେବେ ୨୪ ଘଣ୍ଟା ଭିତରେ ତାଙ୍କ ଘର ଉପରକୁ ଦ୍ୱିତୀୟଥର ଗୁଳିମାଡ ହୋଇଛି। ଇତିମଧ୍ୟରେ ଗୁଳିମାଡ଼ କରିଥିବା ସୁଟରଙ୍କ ସ୍କେଚ୍‌ ସାମ୍ନାକୁ ଆସିଛି। ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍‌ରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ ଚାଲିଛି।

ଉତ୍ତର ପ୍ରଦେଶ ବରେଲି ସହରରେ ଥିବା ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ଉପରକୁ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ସେମାନେ କହିଛନ୍ତି ଯେ, ଏହା ସନାତନ ଧର୍ମ ଏବଂ ସନ୍ଥମାନଙ୍କ ଅପମାନର ପ୍ରତିଶୋଧ।ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପା କହିଛନ୍ତି ଯେ ପରିବାରର ସମସ୍ତ ସଦସ୍ୟ ଘରେ ଥିବା ବେଳେ ଗତ ରାତିରେ ଏଭଳି ଗୁଳିମାଡ ହୋଇଛି।ଗତ କାଲି ମଧ୍ୟ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଗୁଳି ମାଡ କରିଥିଲେ ଦୁବୃର୍ତ୍ତ। ଉତ୍ତରପ୍ରଦେଶର ବରେଲିର ସିଭିଲ ଲାଇନ୍ସରେ ଥିବା ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘର ବାହାରେ ଅନେକ ଗୁଳି ଚାଳନା କରାଯାଇଥିଲା। ଦୁଇଜଣ ଅଜ୍ଞାତ ଆକ୍ରମଣକାରୀ ଅଭିନେତ୍ରୀଙ୍କ ଘର ବାହାରେ ଗୁଳି ଚଳାଇଥିଲେ।

ଏହି ଘଟଣା ହିନ୍ଦୁ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ବିରୁଦ୍ଧରେ ଦିଆଯାଇଥିବା ମନ୍ତବ୍ୟ ସହିତ ଜଡିତ। ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜ ଓ ଅନିରୁଦ୍ଧଚାର୍ଯ୍ୟ ମହାରାଜଙ୍କୁ ଅପମାନିତ କରିବା ଅଭିଯୋଗରେ ଦିଶା ପଟାନିଙ୍କ ଘର ଉପରକୁ ଗୁଳିମାଡ କରାଯାଇଥିବା ଦୁର୍ବୃତ୍ତ ଦାବି କରିଥିଲେ।। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଗୋଲ୍ଡି ବ୍ରାର ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରେ ହୋଇଥିବା ଗୁଳିମାଡରେ ନିଜକୁ ଦାୟୀ କରିଥିଲା।କିଛିଦିନ ପୂର୍ବରୁ କାହାଣୀକାର ଅନିରୁଦ୍ଧାଚାର୍ଯ୍ୟ ମହିଳାଙ୍କ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଏହା ପରେ ଦିଶାଙ୍କ ଭଉଣୀ ଖୁସ୍‌ବୁ ପଟାନୀ ଅନିରୁଦ୍ଧାଚାର୍ଯ୍ୟଙ୍କ ବୟାନକୁ ବିରୋଧ କରିଥିଲେ। ଏହି କାରଣରୁ ଖୁସ୍‌ବୁଙ୍କ ଘର ବାହାରେ ଆକ୍ରମଣ ହୋଇଥିଲା।

Leave A Reply

Your email address will not be published.