ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପାୱାର ପ୍ଲାଣ୍ଟରେ ଲିଫ୍ଟ ଖସି ୪ଶ୍ରମିକଙ୍କ ମୃତ୍ୟୁ

0

ଛତିଶଗଡ଼: ମଙ୍ଗଳବାର ରାତିରେ ଛତିଶଗଡ଼ର ସକ୍ତି ଜିଲ୍ଲାର RKM ପାୱାର ପ୍ଲାଣ୍ଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଲିଫ୍ଟ ଚେନ୍ ଛିଡିଯିବାରୁ ଏହା ୪୦ମିଟର ଉଚ୍ଚତାରୁ ଖସି ପଡ଼ିଲା। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି।
ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ RKM ପାୱାର ପ୍ଲାଣ୍ଟର ଶ୍ରମିକମାନେ ଏକ ବଏଲର ମରାମତି ପାଇଁ ଲିଫ୍ଟ ବ୍ୟବହାର କରୁଥିଲେ। ସେହି ସମୟରେ ଲିଫ୍ଟ ଚେନ୍ ଛିଡି ଯାଇଥିଲା, ଯାହା ଫଳରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ଛଅ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଶକ୍ତିର ଅତିରିକ୍ତ ଏସପି ହରିଶ ଯାଦବ କହିଛନ୍ତି ଯେ ଆହତ ଶ୍ରମିକଙ୍କ ଚିକିତ୍ସା ବର୍ତ୍ତମାନ ରାୟଗଡ଼ର ଜିନ୍ଦଲ ହସ୍ପିଟାଲରେ ଚାଲିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ଚାରି ଜଣ ଶ୍ରମିକ ଝାଡ଼ଖଣ୍ଡର ବାସିନ୍ଦା।

Leave A Reply

Your email address will not be published.