ପ୍ରମୁଖ ଖବର

ଆଇଇଡି ବୋମା ବିସ୍ଫୋରଣରେ ଯବାନ ଶହୀଦ, ଦୁଇ ଗୁରୁତର
ଓଲଟିଲା ଯାତ୍ରୀବାହୀ ବସ୍‌ : କଣ୍ଡକ୍ଟର ମୃତ, ୧୫ ଆହତ
ବିଜେପିରେ ମିଶିଲେ ଜୟ ଢୋଲକିଆ
ଓଡ଼ିଶାରେ ବଡ ମାଛ ମାର୍କେଟ ସହ ଧନ-ଧାନ୍ୟ କୃଷି ଯୋଜନା ଶୁଭାରମ୍ଭ କଲେ ମୋଦି

ବାଣ ଫୁଟାଇବାବେଳେ ହାତରେ ବାଣ ଫୁଟି ଛିଡିଗଲା ପାପୁଲି

0

ବାଲେଶ୍ୱର: ଦୀପାବଳୀରେ ଅଘଟଣ। ବାଲେଶ୍ୱରର ସୋରୋ ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଜଣେ ବ୍ୟକ୍ତି ଦୀପାବଳୀ ଅବସରରେ ବାଣ ଫୁଟାଇବା ସମୟରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ହୋଇଥିବା ବ୍ୟକ୍ତିଙ୍କ ନାମ ବାବୁ ମହାନ୍ତି ବୋଲି ଜଣାପଡିଛି। ଘର ନିକଟରେ ବାବୁ ନିଜ ଡାହାଣ ହାତରେ ବାଣ ଧରି ଜଳାଇବାକୁ ଯାଉଥିବା ସମୟରେ ଏହା ବିସ୍ଫୋରଣ ହୋଇଯାଇଥିଲା।

ତେବେ ବିସ୍ଫୋରଣଟି ଏତେ ଭୟଙ୍କର ଥିଲା ଯେ ଏଥିରେ ତାଙ୍କ ହାତ ପାପୁଲି ଉଡ଼ି ଯାଇଥିଲା। ସେହି ସମୟରେ ପାଖରେ ଥିବା ଲୋକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ। ତେବେ ଦୀପାବଳୀର ଗୋଟିଏ ଦିନ ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ବାଣ ତିଆରି କରୁଥିବା ସମୟରେ ଏକ ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା।

Leave A Reply

Your email address will not be published.