ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

କଳିଙ୍ଗ ବାଲିଯାତ୍ରା ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

0

ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରା ଉଦଘାଟନ୍‌ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି। ଏନେଇ ଆଜି ସୂଚନା ଦେଉଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ।

ସେ କହିଛନ୍ତି କଳା ସଂସ୍କୃତି, ଐତିହ୍ୟ ପରମ୍ପରାକୁ ନେଇ ପାରାଦ୍ୱୀପ ବିଜୁ ମୈଦାନରେ ଆୟୋଜିତ ହୋଇ ଆସୁଥିବା କଳିଙ୍ଗ ବାଲିଯାତ୍ରା ଓଡ଼ିଶାରେ ଅନ୍ୟତମ। ଯାହାକୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଆସିଥାନ୍ତି। ନଭେମ୍ବର ୪ରୁ ୧୦ ତାରିଖ ଯାଏ ଆୟୋଜିତ ହେବ ପାରାଦୀପର କଳିଙ୍ଗ ବାଲିଯାତ୍ରା। ପାରାଦୀପ ବେଳାଭୂମିରେ ବାଲିଯାତ୍ରା ଆୟୋଜିତ ହେବ।

ସାତଦିନ ଧରି କଳିଙ୍ଗ ବାଲିଯାତ୍ରା ଆୟୋଜନ ହେବାକୁ ଥିବାବେଳେ ଓଡିଶାର ନାମିଦାମୀ କଳାକାରମାନଙ୍କ ସହିତ ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଵା ସହିତ କିପରି କଳିଙ୍ଗ ବାଲିଯାତ୍ରା ଲୋକଙ୍କ ମନ ମୋହିବ ଏ ନେଇ ସମସ୍ତ ପ୍ରୟାସ କରାଯାଉଛି।

Leave A Reply

Your email address will not be published.