ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପରିବର୍ତନ ହେବ ଗାଡ଼ି ଲାଇସେନ୍ସ ଓ ପଞ୍ଜୀକରଣ ନିୟମ!

0

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଏବଂ ନୂତନ ଯାନର ପଞ୍ଜୀକରଣ ସମ୍ବନ୍ଧୀୟ ନିୟମ ପରିବର୍ତ୍ତନ ହୋଇପାରେ। ମୋଟର ଯାନ ଅଧିନିୟମରେ ସଂଶୋଧନ ପାଇଁ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ସମସ୍ତ ହିତାଧିକାରୀଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଆସନ୍ତା କିଛି ମାସ ମଧ୍ୟରେ ସଂଶୋଧନ ପ୍ରକ୍ରିୟା ଶେଷ ହେବ ବୋଲି ସରକାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଜ୍ଞପ୍ତିରେ ଦିଆଯାଇଥିବା ପ୍ରସ୍ତାବ ଅନୁଯାୟୀ ଯଦି କୌଣସି ଗାଡ଼ିରେ ତ୍ରୁଟି ଥାଏ,ତେବେ ଗାଡି ତିଆରି କରୁଥିବା କମ୍ପାନି ଉପରେ ଜରିମାନା ବୃଦ୍ଧି କରାଯାଇପାରିବ। ଏହି ଜରିମାନାକୁ ପରିମାଣ ୧୦ ଲକ୍ଷରୁ ୧ କୋଟି ଟଙ୍କା ମଧ୍ୟରେ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଏହି ଜରିମାନା ପରିମାଣ ଯାନର ପ୍ରକାର ଏବଂ ତ୍ରୁଟିପୂର୍ଣ୍ଣ ଯାନ ସଂଖ୍ୟା ଉପରେ ନିର୍ଭର କରିବ।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ମୋଟର ଯାନ ନିୟମାବଳୀ ସଂଶୋଧନ ପାଇଁ ପ୍ରସ୍ତାବ ଉପରେ ମନ୍ତ୍ରଣାଳୟ ପୁନର୍ବାର ସମସ୍ତ ହିତାଧିକାରୀଙ୍କ ମତାମତ ଏବଂ ମନ୍ତବ୍ୟ ମାଗିଛି। ନୂତନ ଯାନର ପଞ୍ଜୀକରଣ, ଏବଂ ଡ୍ରାଇଭିଂ ଲାଇସେନ୍ସ ପରିବର୍ତ୍ତନ ଉପରେ ପରାମର୍ଶ ମାଗିଛି। ୬୦ ଦିନ ମଧ୍ୟରେ ଜନସାଧାରଣ ସେମାନଙ୍କ ମତାମତ ଦେବେ।

ପୂର୍ବରୁ ସରକାର ମାର୍ଚ୍ଚ ୧୮ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଥିଲେ। ଅର୍ଥାତ୍ ତିନି ମାସ ମଧ୍ୟରେ ସରକାର ଦ୍ୱିତୀୟ ଥର ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।

Leave A Reply

Your email address will not be published.