ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

ଭୁବନେଶ୍ବର: କମିଶନରେଟ ପୋଲିସର ସ୍ପେସିଆଲ କ୍ରାଇମ ୟୁନିଟ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଅଞ୍ଚଳର ଶେଖ ଆକବର। ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା। ତାକୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଏସସିୟୁ ୟୁନିଟ କାବୁ କରିଛି।

ସେ ବାଲେଶ୍ୱର ସହଦେଵଖୁଣ୍ଟା ଅଞ୍ଚଳରେ ନିଶା ବେପାର କରୁଥିଲା। ଚଢାଉ ବେଳେ ତା ନିକଟରୁ ୪୦୦ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ। ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ଶେଖ ସାଦିକ ଜଣେ ଆନ୍ତରାଜ୍ୟ ନିଶା ମାଫିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବାଲେଶ୍ୱର ଜଳେଶ୍ୱର ବ୍ରାଉନସୁଗାର ହବରୁ ନିଶା ଆଣି ଅନ୍ୟ ସହରକୁ ଚାଲାଣ କରେ। ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

Leave A Reply

Your email address will not be published.