ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

0

ଭୁବନେଶ୍ବର: କମିଶନରେଟ ପୋଲିସର ସ୍ପେସିଆଲ କ୍ରାଇମ ୟୁନିଟ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ବାଲେଶ୍ୱର ଅଞ୍ଚଳର ଶେଖ ଆକବର। ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା। ତାକୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଏସସିୟୁ ୟୁନିଟ କାବୁ କରିଛି।

ସେ ବାଲେଶ୍ୱର ସହଦେଵଖୁଣ୍ଟା ଅଞ୍ଚଳରେ ନିଶା ବେପାର କରୁଥିଲା। ଚଢାଉ ବେଳେ ତା ନିକଟରୁ ୪୦୦ ଗ୍ରାମର ବ୍ରାଉନସୁଗର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ। ସିଣ୍ଡିକେଟର ମାଷ୍ଟର ମାଇଣ୍ଡ ଶେଖ ସାଦିକ ଜଣେ ଆନ୍ତରାଜ୍ୟ ନିଶା ମାଫିଆ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେ ବାଲେଶ୍ୱର ଜଳେଶ୍ୱର ବ୍ରାଉନସୁଗାର ହବରୁ ନିଶା ଆଣି ଅନ୍ୟ ସହରକୁ ଚାଲାଣ କରେ। ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।

Leave A Reply

Your email address will not be published.