ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଫୁଲ ତୋଳିବା ବେଳେ ବିଦ୍ୟୁତ ଆଘାତରେ ଯୁବକ ମୃତ

0

ବାଲେଶ୍ୱର: ଫୁଲ ତୋଳିବା ହେଲା କାଳ। ପଡ଼ୋଶୀଙ୍କ ବାଡ଼ିକୁ ଫୁଲ ତୋଳିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ। ଫୁଲ ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଏନଏସି ୫ ନମ୍ବର ଓ୍ବାର୍ଡ ଅଧିନ ସାନଅତା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନନ୍ତି ତାପସ ଦାସ।

ଭୋର ସମୟରେ ପଡୋଶୀ ଦିଲ୍ଲୀପ ରାଉତଙ୍କ ଫୁଲବାଡ଼ିରେ ଫୁଲ ତୋଳିବା ପାଇଁ ଯାଇଥିଲେ ତାପସ। ହେଲେ ସେଠାରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ପୂର୍ବରୁ ବିଦ୍ୟୁତ ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏ ନେଇ ମୃତକଙ୍କ ସମ୍ପର୍କୀୟ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

ସେପଟେ ଜାଗା ମାଲିକଙ୍କ ମା’ ବିଦ୍ୟୁତ କରେଣ୍ଟ ଲାଗିବାକୁ ଖଣ୍ଡନ କରିଛନ୍ତି। ବାଡ଼ିରେ ବିଦ୍ୟୁତ୍ ସେ ଦେଇ ନ ଥିଲେ। ଯୁବକଙ୍କ ମୃତ୍ୟୁ କିପରି ହେଲା ସେ ଜାଣିନାହାନ୍ତି କହିଛନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.