ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଦୁବାଇ ଏୟାର ସୋରେ ତେଜସ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ

0

ଦୁବାଇ: ଦୁବାଇ ଏୟାର ଶୋ’ ବେଳେ ଘଟିଛି ଏକ ବଡ଼ ଅଘଟଣ। ଏୟାର ଶୋ’ରେ ଭାଗ ନେଇଥିବା ଭାରତୀୟ ବାୟୁସେନାର ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଛି। ଆକାଶରେ ତେଜସ ଯୁଦ୍ଧ ବିମାନ ନିଜର ରଣକୌଶଳ ଦେଖାଉଥିବା ବେଳେ ହଠାତ ଭୂମିରେ ଧକ୍କା ଖାଇଥିଲା ଏବଂ ତା’ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା। ଆଖି ପିଛୁଳାକେ ସବୁ ଜଳି ପାଉଁଶ ହୋଇଯାଇଛି। ପୂରା ଅଞ୍ଚଳର କଳା ଧୂଆଁରେ ଭରି ଯାଇଥିବା ବେଳେ ଏମର୍ଜେନ୍ସି ସାଇରନ ଶୁଣିବାକୁ ମିଳିଥିଲା।

ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା୧୦ ରେ ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଷ୍ଟଣ୍ଟ ଦେଖୁଥିଲେ। ଦୁବାଇର ଲ ମାକଟୋମ ଅନ୍ତର୍ଜାତୀୟ ଏୟାରପୋର୍ଟରେ ମଝି ଆକାଶରେ ମୋଡ଼ ନେବା ସମୟରେ, ପାଇଲଟ ହଠାତ ତେଜସ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଖୁବ ଜୋରରେ ଭୂମିରେ ଆଘାତ ପାଇଲା। ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଏମର୍ଜେନ୍ସି ଲାଗୁ କରାଯାଇଛି।

Leave A Reply

Your email address will not be published.