ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

0

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି। ମୋଟ ୨୯ଟି କାର୍ଯ୍ୟ ଦିବସରୁ ୧୧ ଦିନ ଚାଲିଥିଲା ଗୃହ। ଏହି ୧୧ ଦିନ ମଧ୍ୟରେ ୧୭,୪୪୦ କୋଟି ଟଙ୍କାର ସପ୍ଲିମେଣ୍ଟରୀ ବଜେଟ୍ ଏବଂ କିଛି ପ୍ରମୁଖ ବିଲ୍ ଗୃହୀତ ହୋଇଥିଲା।

ଏଥର ବିଧାନସଭାର ଶୀତ ଅଧିବେଶନ ବେଶ ଚର୍ଚ୍ଚିତ ଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ। ବିଧାୟକମାନେ କେମିତି ଆଚରଣ ଓ ଉଚ୍ଚାରଣ କରିବେ ସେ ନେଇ ସଚେତନ କରାଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧାନସଭା ସମୟରେ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ବିଧାନସଭା ଆରମ୍ଭରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଆଉ ଶେଷ ସମୟରେ ମାଲକାନଗିରିକୁ ନେଇ ଗୃହ କମ୍ପିଥିଲା।

ମାଲକାନଗିରି ନିଆଁ ପ୍ରସଙ୍ଗ ଉଠାଇ ବିରୋଧୀ ଶାସକ ଦଳକୁ ଘେରିଥିଲେ। ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସରକାରଙ୍କ ଉପରେ ବର୍ଷିବା ସହ ଅପାରଗତା ସମ୍ପର୍କରେ କହିଥିଲେ। ମଣିପୁର ପରି ମାଲକାନଗିରି ଜଳୁଛି, ହେଲେ ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି ସେ କହିଥିଲେ। ସରକାରୀ କାର୍ଯ୍ୟକ୍ରମ ନଥିବାରୁ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାଚସ୍ପତି ମୁଲତବି ଘୋଷଣା କରିଛନ୍ତି। ତେବେ ଏହି ଅଧିବେଶନ ନଭେମ୍ବର ୨୭ ତାରିଖରେ ରାଷ୍ଟ୍ରପତିଙ୍କ ଐତିହାସିକ ଅଭିଭାଷଣ ସହିତ ଆରମ୍ଭ ହୋଇଥିଲା।

Leave A Reply

Your email address will not be published.