ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ଭେନେଜୁଏଲା ରାଷ୍ଟ୍ରପତି ଭବନ ନିକଟରେ ଗୁଳିମାଡ଼

0

ଭେନେଜୁଏଲା: ଭେନେଜୁଏଲା ରାଜଧାନୀ କାରାକାସରେ ଥିବା ରାଷ୍ଟ୍ରପତି ଭବନ ନିକଟରେ ଗୁଳିମାଡ ହୋଇଛି। ଭେନେଜୁଏଲାର ରାଜଧାନୀ କାରାକାସରେ ରାଷ୍ଟ୍ରପତି ଭବନ ନିକଟରେ ଏକ ସନ୍ଦେହୀ ଡ୍ରୋନ୍ ଦେଖିବାକୁ ମିଳିଥିଲା। ଉକ୍ତ ଡ୍ରୋନକୁ ମାରି ଖସାଇଛି ଭେନେଜୁଏଲା ସେନା। ଘଟଣା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଥିବା ସୂଚନା ରହିଛି।

ରାଷ୍ଟ୍ରପତି ଭବନ ଚାରିପାଖରେ ଥିବା ଅଞ୍ଚଳ ସମେତ କାରାକାସର ଅନେକ ଅଞ୍ଚଳରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ପ୍ରବଳ ଗୁଳିକାଣ୍ଡ ଶୁଣାଯାଇଥିଲା। ରାଷ୍ଟ୍ରପତି ଗିରଫ ହେବା ପରେ ସଶସ୍ତ୍ର ଯାନ ଓ ସାମରିକ କର୍ମଚାରୀମାନେ ରାଷ୍ଟ୍ରପତି ଭବନକୁ ଘେରି ରହିଛନ୍ତି। ତେବେ ସରକାରୀ ପରିସରରେ ଡ୍ରୋନ୍ର ଉପସ୍ଥିତିକୁ ସବୁ ମହଲରେ ତୀବ୍ର ନିନ୍ଦା କରାଯାଇଛି।

ଭେନେଜୁଏଲାରେ ଗୁଳିକାଣ୍ଡ ନେଇ ଆମେରିକାକୁ ସନ୍ଦେହ କରାଯାଉଥିବାବେଳେ, ସଫେଇ ଦେଇଛି ଆମେରିକା। ଏହି ଗୁଳିକାଣ୍ଡରେ ଆମେରିକା ସମ୍ପୃକ୍ତ ନଥିବା ହ୍ୱାଇଟ୍ ହାଉସ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି। କାରଣ ଶନିବାର ଭେନେଜୁଏଲା ଉପରେ ଆକ୍ରମଣ କରିଥିଲା, ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା। ଡେଲସି ରୋଡ୍ରିଗେଜ ଅନ୍ତରୀଣ ରାଷ୍ଟ୍ରପତି ଭାବରେ ଶପଥ ନେବାର କିଛି ସମୟ ପରେ ଏହି ଗୁଳିମାଡ଼ ହୋଇଥିଲା।

Leave A Reply

Your email address will not be published.