ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଓଜେଇଇ -୨୦୨୬, ଜାନୁଆରୀ ୨୭ରୁ ଆବେଦନ ଆରମ୍ଭ

0

ନ୍ୟୁଜ୍ ବ୍ୟୁରୋ: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଜାନୁଆରୀ ୨୭ ତାରିଖରୁ ବିଦ୍ୟାର୍ଥୀ ମାନେ ଅନ୍‌ଲାଇନରେ ଆବେଦନ କରିପାରିବେ।

ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି। ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ପରୀକ୍ଷା ହେବ। ମେ’ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ପଲିସି ପ୍ଲାନିଂ ପରିଷଦ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି।

ବିଭାଗ ତଥ୍ୟାନୁଯାୟୀ, ବି. ଫାର୍ମା, ଏମସିଏ, ଏମ.ଏସ୍‌ସି (କମ୍ପ୍ୟୁଟର ସାଇନ୍ସ), ଏମ୍‌ବିଏ, ଇଣ୍ଟିଗ୍ରେଟେଡ୍‌ ଏମବିଏ, ବି. କାଟ, ନର୍ସିଂ, ଏମ.ଟେକ, ଏମ.ଟେକ (ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ବି.ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ। ପ୍ରସ୍ତୁତ କ୍ୟାଲେଣ୍ଡରରେ ଜୁନ୍ ଦ୍ୱିତୀୟ ସପ୍ତାହରେ ଡାକ୍ତରୀ ପାଠ୍ୟକ୍ରମ ଏମବିବିଏସ, ବିଡିଏସ, ବିଏଏମଏସ, ବିଏଚଏମଏସ ନାମଲେଖାକୁ ବାଦ୍ ଦେଇ ଅନ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ କାଉନସେଲିଂ ଆରମ୍ଭ ହେବ।

ଜୁନ ପ୍ରଥମ ସପ୍ତାହରୁ ଦ୍ୱିତୀୟ ସପ୍ତାହ ମଧ୍ୟରେ ଦ୍ୱିତୀୟ ଓଜେଇଇ ତଥା ସ୍ୱତନ୍ତ୍ର ଓଜେଇଇ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ବି.ଟେକ୍, ବି.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ/ଏମବିଏ/ଏମସିଏ ପାଠ୍ୟକ୍ରମରେ ନାମଲେଖା ହେବ ବୋଲି ସୂଚନା ରହିଛି।

Leave A Reply

Your email address will not be published.