ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ପୁଣି ଆମ ବସରେ ଭୟାବହ ଅଗ୍ନିକାଣ୍ଡ

0

ଭୁବନେଶ୍ଵର: ଜଳିଗଲା ଆମ ବସ। ପୁଣି ଏକ ‘ଆମ ବସ୍’ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ରବିବାର ଅପରାହ୍ନରେ ପଟିଆ ଛକ ନିକଟରେ ଥିବା ଆମ ବସ୍ ଡିପୋରେ ଚାର୍ଜିଂ ହେଉଥିବା ସମୟରେ ଏକ ଇଲେକ୍ଟ୍ରିକ୍ ବସରେ ହଠାତ୍ ନିଆଁ ଲାଗିଯାଇଥିଲା। ଲଗାତାର ଦୁଇ ଦିନରେ ଦୁଇଟି ବସ୍‌ରେ ଅଗ୍ନିକାଣ୍ଡ ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରବିବାର ଅପରାହ୍ନ ସମୟରେ ଏକ ଇଲେକ୍ଟ୍ରିକ୍ ବସ୍ ଚାର୍ଜ ହେଉଥିବା ବେଳେ ଏଥିରୁ ଧୂଆଁ ବାହାରିଥିଲା ଏବଂ ପରେ ନିଆଁ ଲାଗିଯାଇଥିଲା। ଖବର ପାଇ ୨ଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଡିପୋ ଭିତରେ ବସ୍ ଥିବାରୁ କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି। ବ୍ୟାଟେରୀରେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥାଇପାରେ ବୋଲି ପ୍ରାଥମିକ ଭାବେ ଅନୁମାନ କରାଯାଉଛି।

ଶନିବାର ସକାଳେ କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ମଧ୍ୟ ଏକ ‘ଆମ ବସ୍’ ହୁତୁହୁତୁ ହୋଇ ଜଳିଯାଇଥିଲା। ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ପ୍ରଥମେ ବସ୍‌ର ବ୍ୟାଟେରୀରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଜଣକ ଅଗ୍ନି ନିର୍ବାପକରେ ଲିଭାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ନିଆଁ ଲିଭି ନଥିଲା। ବସରେ ୫ରୁ ଅଧିକ ଯାତ୍ରୀ ଥିଲେ। ଧୂଆଁ ଦେଖି ଓହ୍ଲାଇ ପଡିଥିଲେ। ପରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବସ୍ ଚାଲୁଥିବା ସମୟରେ ହଠାତ୍ ଧୂଆଁ ବାହାରିବାରୁ ସତର୍କତାର ସହ ସମସ୍ତ ଯାତ୍ରୀ ଓହ୍ଲାଇ ପଡ଼ିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ବସ୍‌ଟି ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଥିଲା।

Leave A Reply

Your email address will not be published.