ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ରାଉରକେଲା ବିମାନ କ୍ରାସ: ଘଟଣାସ୍ଥଳରେ ଡିଜିସିଆଇ ଟିମ୍ ତଦନ୍ତ

0

ରାଉରକେଲା: ରାଉରକେଲା ବିମାନ କ୍ରାସ୍‌ ଘଟଣାରେ ତଦନ୍ତ କରିବାକୁ ଘଟଣାସ୍ଥଳରେ ପହଞ୍ଚିଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଟିମ୍‌। କେମିତି ହେଲା ଦୁର୍ଘଟଣା ? କାହିଁକି କରାଗଲା ଫୋର୍ସ ଲ୍ୟାଣ୍ଡିଂ ? ସେନେଇ ତଦନ୍ତ ଚାଲିଛି।
ଏହା ସହ ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ବରିଷ୍ଠ ଅଧିକାରୀଙ୍କ ସହ ପରିବହନ ସଚିବ ଆଲୋଚନା କରିଛନ୍ତି। ଏଥିସହିତ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଭୁବନେଶ୍ୱରରୁ ୨ ଜଣିଆ ଡାକ୍ତରୀ ଟିମ୍‌ ରାଉରକେଲାରେ ପହଞ୍ଚିଛନ୍ତି।

ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଦୁଇ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି। ଏନେଇ ପରିବହନ ସଚିବ ଉଷା ପାଢୀ କହିଛନ୍ତି, “ଦୁଇ ଆହତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯାଇଛି । ଜେପି ହସ୍ପିଟାଲରେ ୨ ପାଇଲଟ ଓ ଅନ୍ୟ ୨ ଯାତ୍ରୀ ଚିକିତ୍ସିତ ଅଛନ୍ତି। ଜଣେ ଯାତ୍ରୀ ଗୁରୁତର ଅଛନ୍ତି ଓ ଅନ୍ୟ ୩ ଜଣ ସୁସ୍ଥ ଅଛନ୍ତି।

ଶନିବାର ଦିନ ୧୨ ଟା ୨୭ରୁ ରାଉରକେଲା ଅଭିମୁଖେ ଉଡାଣ ଭରିଥିଲା ଇଣ୍ଡିଆ ଓ୍ବାନଏୟାରର ବିମାନ। ଏଥିରେ ଜଣ ପାଇଲଟ କ୍ୟାପ୍ଟେନ ନବୀନ କାଦାଙ୍ଗା ଓ କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ଓ ୪ ଜଣ ଯାତ୍ରୀ ସୁଶାନ୍ତ କୁମାର ବିଶ୍ୱାଳ, ଅନିତା ସାହୁ, ସୁନୀଲ ଅଗ୍ରୱାଲ ଓ ସବିତା ଅଗ୍ରୱାଲ ଥିଲେ। ଏୟାରକ୍ରାଫ୍ଟଟି ରାଉରକେଲାରେ ୧ .୧୫ ରେ ପହଞ୍ଚିବାର ଥିଲା। କିନ୍ତୁ ରାଉରକେଲା ଏୟାରଷ୍ଟ୍ରିପ କିଛି କିଲୋମିଟରେ ଦୂରରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଥିବା ପାଇଲଟ ଅନୁଭବ କରିଥିଲେ। ତୁରନ୍ତ ଏନେଇ ଏୟାର ଟ୍ରାଫିକ୍ କର୍ତ୍ତୃପକ୍ଷଙ୍କୁ ଏନେଇ ସୂଚନା ଦେଇ ଜଳଦାର ଏକ ସୁରକ୍ଷିତ ସ୍ଥାନରେ ଆପାତକାଳୀନ ଲ୍ୟାଣ୍ଡିଂ କରିଥିଲେ। ୯ ସିଟ୍‌ର ବିଶିଷ୍ଟ ଏହି ବିମାନଟି ଦୁର୍ଘଟଣାର ଶିକାର ହେବା ପରେ ପାଇଲଟଙ୍କ ସମେତ ଯାତ୍ରା ଆହତ ହେବାରୁ ରାଉରକେଲା ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.