ପ୍ରମୁଖ ଖବର

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ୧୫ରୁ ଅଧିକ ଦୋକାନ ପୋଡି ପାଉଁଶ
ଖଣ୍ଡଗିରି ଡବଲ ମର୍ଡରର ପର୍ଦ୍ଦାଫାଶ: ଦୁଇ ନାବାଳକ ଅଭିଯୁକ୍ତ ଅଟକ
୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା: ୬୫ ବର୍ଷୀୟ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ
ଭାରତୀୟ ସ୍ଥଳସେନାର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍
ଦିଲ୍ଲୀରେ ଇଭିକୁ ବଡ଼ ପ୍ରୋତ୍ସାହନ, ୨୦୨୮ରୁ ବନ୍ଦ ହେବ ପେଟ୍ରୋଲ ଦୁଇଚକିଆ ପଞ୍ଜୀକରଣ

ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

0

ଝାରସୁଗୁଡ଼ା: ଝାରସୁଗୁଡ଼ାର ବେଲପାହାଡ଼ ଲେଭଲ୍ କ୍ରସିଂ ନିକଟରେ ରବିବାର ସନ୍ଧ୍ୟାରେ ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନର ତିନୋଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଛି। ଯାହାଫଳରେ ରେଳ ସେବା ଆଂଶିକ ଭାବରେ ବାଧାପ୍ରାପ୍ତ ହୋଇଛି। ତେବେ ସନ୍ଧ୍ୟା ପ୍ରାୟ ୫ଟା ୩୦ମି. ସମୟରେ ହାଓଡ଼ା-ନାଗପୁର ରେଳପଥରେ ଏହି ଘଟଣା ଘଟିଥିଲା। ୱାଗନ୍‌ଗୁଡ଼ିକ ଓ ଏହାର ପଛ କ୍ୟାବିନ୍‌ଗୁଡ଼ିକ ଟ୍ରାକ୍‌ରୁ ଖସି ପଡ଼ିଥିଲା। ଯାହା ଫଳରେ ଲେଭଲ୍ କ୍ରସିଂ ଦେଇ ଯାତାୟାତ କରୁଥିବା ଯାନବାହାନ ଗୁଡ଼ିକର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହି ଦୁର୍ଘଟଣାରେ କୌଣସି ଆହତ କିମ୍ବା ମୃତାହତ ନେଇ ରିପୋର୍ଟ ମିଳିନାହିଁ। ଏନେଇ ସୂଚନା ପାଇ ରେଳ ଅଧିକାରୀ ଏବଂ ବୈଷୟିକ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ରୁଟରେ ଚଳାଚଳ ପୁନଃସ୍ଥାପିତ କରିବା ପାଇଁ ଲାଇନଚ୍ୟୁତ ୱାଗନ୍‌ଗୁଡ଼ିକୁ ସେଠାରୁ ହଟାଯାଇଥିଲା।

Leave A Reply

Your email address will not be published.